କନକ ବ୍ୟୁରୋ: ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ କେନ୍ଦ୍ରାପଡ଼ା ଗସ୍ତର ଦ୍ୱିତୀୟ ଦିନ । ଶୁକ୍ରବାର ରାଜନଗର ବ୍ଲକର ବଡ଼ପଲ୍ଲି ଉଚ୍ଚବିଦ୍ୟାଳୟ, ରାଜନଗର ମେଡ଼ିକାଲ ଓ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଶକ୍ତି ମିଲ୍କ ଡାଇରି ଫାର୍ମ ଗସ୍ତ କରିଛନ୍ତି । ଏହାପରେ ସେ ରାଜନଗର ବ୍ଲକର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାସହ ବାୟାବାବା ଆଶ୍ରମରେ ପହଞ୍ଚିଥିଲେ । ସେହିପରି ବଗପାଟିଆରେ ମା’ ପଂଚୁବରାହୀଙ୍କ ପୀଠରେ ମା’ଙ୍କ ଆଶୀର୍ବାଦ ନେଇଛନ୍ତି । ଆଗାମୀ ଦିନରେ ମନ୍ଦିରକୁ ନୂଆ ରୂପ ଦେବା ସହ ସେଠାରେ ବିଭିନ୍ନ ବିକାଶମୂଳକ କାମ ଶୀଘ୍ର ଆରମ୍ଭ ନେଇ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us