କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତା ନେଇ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଥିଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଜଳେଶ୍ୱର ବ୍ଲକ୍ର ଲକ୍ଷ୍ମଣନାଥ ନିକଟରେ ଆୟୋଜିତ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ନେଇ ସିଧାସଳଖ ଲୋକଙ୍କ ସହ ଚର୍ଚ୍ଚା କରିଛନ୍ତି । ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି କ୍ରମରେ ଜଳେଶ୍ୱର ସୁବର୍ଣ୍ଣରେଖା ନଦୀରେ ୨ଟି ପୋଲ । ଅମର୍ଦା ରୋଡରେ ରେଳ ଓଭର ବ୍ରିଜ୍ । ବସ୍ତାରେ ହାଇଜେନିକ୍ ମାଛ ବଜାର ନିର୍ମାଣ, ସୋର ବସଷ୍ଟାଣ୍ଡର ଉନ୍ନତିକରଣ, ନେଇ ସୂଚନା ଦେଇଛନ୍ତି ।
ଏପଟେ ଫାଇଭ୍-ଟି ସଚିବଙ୍କ ଗସ୍ତ ସମୟରେ ପ୍ରତିବାଦ କରିଛି କଂଗ୍ରେସ । ଜଳେଶ୍ୱର ଷ୍ଟେସନ ବଜାରଠାରେ ମାନବ ଶୃଙ୍ଖଳ କରି ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏହି ମାନବ ଶୃଙ୍ଖଳ କରାଯାଇଛି । ଫାଇଭ-ଟି ସଚିବଙ୍କ ଜଳେଶ୍ୱର ଗସ୍ତ ପୂର୍ବରୁ ସୁଦର୍ଶନ ଦାସଙ୍କ ସମେତ କିଛି କଂଗ୍ରେସ ନେତାଙ୍କୁ ନଜରବନ୍ଦୀ ରଖାଯାଇଥିବା ଅଭିଯୋଗ ହୋଇଥିଲା ।
ସବୁ ଭିତରେ ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ନେତା । କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଶ୍ନ କରିବାରେ କେଉଁଠି ଭୁଲ ବୋଲି କହିଛନ୍ତି । ଏପଟେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି- ଲୋକଙ୍କ ପାଖକୁ ଜନପ୍ରତିନିଧି ନଯିବା ବିଡ଼ମ୍ବନାର ବିଷୟ । ରାଜନୀତିର ଏହି ବୟାନବାଜି ଭିତରେ ବାଲେଶ୍ୱର ଜିଲ୍ଲାର ସୋର, ଜଳେଶ୍ୱର ଓ ବସ୍ତା ଅଞ୍ଚଳର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ସଚିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/WhatsApp-Image-2023-06-23-at-7.53.19-PM.jpeg)