୨ ଦିନିଆ ରାୟଗଡା ଗସ୍ତରେ ଫାଇଭ-ଟି ସଚିବ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

89

କନକ ବ୍ୟୁରୋ: ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି ଫାଇଭ-ଟି ସଚିବ । ୨ ଦିନିଆ ରାୟଗଡା ଜିଲ୍ଳା ଗ୍ରସ୍ତରେ ଆସିଛନ୍ତି ଭିକେ ପାଣ୍ଡିଆନ । ଗ୍ରସ୍ତର ଦ୍ୱିତୀୟ ଦିନରେ ପାଣ୍ଡିଆନ ପଦ୍ମପୁର ଓ ଗୁଣପୁର ବ୍ଳକ ବୁଲି ଦେଖିଥିଲେ । ପ୍ରଥମେ ସଚିବ ହେଲିକପ୍ଟର ଯୋଗେ ପଦ୍ମପୁର ବ୍ଲକ ଅଂଚଳ ବୁଲି ଦେଖିଥିଲେ । ସେଠାରେ ମରୀଚଗୁଡ଼ା ଠାରେ ଥିବା ଆଦିବାସୀଙ୍କ ଆରାଧ୍ୟ ଦେବତା ଅକ୍ଷର ବ୍ରହ୍ମ ପୀଠ ପରିଦର୍ଶନ କରି ପୀଠ ପରିସରରେ ଆୟୋଜିତ ଜନ ସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଖୁବଶୀଘ୍ର ଏହି ପୀଠର ଉନ୍ନତୀକରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ।

ପରେ ସଚିବ ଖିଲାମୁଣ୍ଡା ସ୍ଥିତ ମାର୍କେଟୟାଡ ପରିସରରେ ସ୍ଥାନୀୟ ଅଂଚଳର ସମସ୍ୟା ସଂପର୍କରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପାଣ୍ଡିଆନ ଗୁଣୁପୁର ବ୍ଲକ ଗ୍ରସ୍ଥ କରି ଶେଫାଳି ପାହାଡ ଉପରେ ଥିବା ଶୈବ ପୀଠରେ ବାବା ରାମେଶ୍ୱରଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ଭି.କେ ପାଣ୍ଡିଆନ୍ ସ୍ଥାନୀୟ ତହସିଲ କାର୍ଯ୍ୟଳୟ ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ସଚିବଙ୍କ ଗ୍ରସ୍ଥକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜିଲ୍ଳାର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।