ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ୨୦୩୬ରେ ଓଡିଶା ‘ନବ ଦିଗନ୍ତର ସମ୍ଭାବନା’ ଶୀର୍ଷକ ଆଲୋଚନାରେ ଭାଗ ନେଲେ ଫାଇଭ-ଟି ଅଧ୍ୟକ୍ଷ ଓ ସୁବ୍ରତ ବାଗଚୀ

68

କନକ ବ୍ୟୁରୋ: ଓଡିଆ ଜାତିର ଅସ୍ମିତାର ପ୍ରତୀକ ଓଡିଆ ଭାଷାର ମହାକୁମ୍ଭ, ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ଆଣିଛି ନୂଆ ସମ୍ଭାବନା । ଏହି ସମ୍ମିଳନୀ ଯୁବପିଢ଼ିଙ୍କୁ ଯୋଡିଛି । ଯାହାକି ଓଡିଆ ଭାଷାର ପ୍ରଚାର, ପ୍ରସାର କ୍ଷେତ୍ରରେ ମାର୍ଗଦର୍ଶନରେ ସହାୟକ ହେବ ବୋଲି କୁହାଯାଉଛି । ସମ୍ମିଳନୀର ତୃତୀୟ ଦିନରେ ୨୦୩୬ରେ ଓଡିଶା: ନବଦିଗନ୍ତର ସମ୍ଭାବନା ଉପରେ ଆଲୋଚନା ହୋଇଛି ।

ଓଡିଆ ଜାତିର ଅସ୍ମିତାର ପ୍ରତୀକ ଓଡିଆ ଭାଷାର ମହାକୁମ୍ଭ, ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ଆଣିଛି ନୂଆ ସମ୍ଭାବନା । ଏହି ସମ୍ମିଳନୀ ଯୁବପିଢ଼ିଙ୍କୁ ଯୋଡିଛି । ଯାହାକି ଓଡିଆ ଭାଷାର ପ୍ରଚାର, ପ୍ରସାର କ୍ଷେତ୍ରରେ ମାର୍ଗଦର୍ଶନରେ ସହାୟକ ହେବ ବୋଲି କୁହାଯାଉଛି । ସମ୍ମିଳନୀର ତୃତୀୟ ଦିନରେ ୨୦୩୬ରେ ଓଡିଶା: ନବଦିଗନ୍ତର ସମ୍ଭାବନା ଉପରେ ଆଲୋଚନା ହୋଇଛି ।

ଓଡିଆ ପଣ ଓ ଓଡିଆ ଭାବାବେଗ ସହ ଯୋଡି ହୋଇଛି ଜନତା ମଇଦାନରେ ଆୟୋଜିତ ଭାଷା ସମ୍ମିଳନୀ । ଏହି ଭାଷା ମହାକୁମ୍ଭ ସାଢ଼େ ଚାରି କୋଟି ଓଡିଆଙ୍କୁ ପୁଣି ଥରେ ଏକତାର ସୂତ୍ରରେ ବାନ୍ଧି ଦେଇଛି । ଉଦଘାଟନୀ ପର୍ବଠାରୁ ଆରମ୍ଭ କରି ଶେଷ ଦିନ ପର୍ଯ୍ୟନ୍ତ ଓଡିଶା ଭାଷାର ଉତ୍ପତି, କ୍ରମ ବିକାଶ ଓ ଆଧୁନିକ ସାହିତ୍ୟର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା ଏହାକୁ ଆହୁରି ବଳିଷ୍ଠ କରିଛି । ଅନ୍ତିମ ଦିନରେ ଦିନରେ ୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା ଉପରେ ଆଲୋଚନା ହୋଇଛି । ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ, ସୁବ୍ରତ ବାଗଚୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଭାଗ ନେଇ ମତ ରଖିଛନ୍ତି ।

ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ଭାଷା ମହାକୁମ୍ଭରେ ଦେଖିବାକୁ ମିଳିଛି ଅଦ୍ଭୁତ ଝଲକ । ଭାଷାବିତ, ସାହିତ୍ୟକଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ବ୍ୟକ୍ତିଙ୍କୁ ଏହି ମହୋତ୍ସବ ଟାଣି ଆଣିଛି । ଏପରିକି ଆଗାମି ଦିନରେ ଯେଉଁ ଯୁବ ପୀଢ଼ି ବିଭିନ୍ନ କ୍ଷେତ୍ରରେ ଆମ ରାଜ୍ୟର ମଂଗ ଧରିବେ, ନେତୃତ୍ୱ ନେବେ, ସେମାନେ ଏହି ମହୋତ୍ସବରେ ସାମିଲ ହୋଇଛନ୍ତି । ଭାଷାକୁ ନେଇ ନିଜ ମନ ଭିତରେ ଥିବା ଅନେକ କଥାକୁ ପଚାରି ବୁଝିଛନ୍ତି, ମତ ରଖିଛନ୍ତି । ଦେଶ ବିଦେଶରୁ ଆସିଥିବା ବିଶିଷ୍ଠ ଭାଷାବିତମାନେ ଏଭଳି ଆୟୋଜନ ଦେଖି ଅଭିଭୂତ ହୋଇଛନ୍ତି ।

ବିଧାୟକମାନେ ମଧ୍ୟ ଓଡିଆ ଭାଷାର ଗାଥା ବଖାଣୁଥିବା ଏହି ମହାକୁମ୍ଭକୁ ଯାଇ ବୁଲି ଦେଖିଛନ୍ତି । ରାଜ୍ୟରେ ପ୍ରଥମ ଥର ଆୟୋଜନ ହୋଇଥିବା ଏହି ଭାଷା ମହାକୁମ୍ଭ ପ୍ରତିଟି ଓଡିଆଙ୍କୁ ଖୁସି ଆଣି ଦେଇଛି ।