ଖରାରୁ ଶରୀରକୁ କେଉଁ କେଉଁ ଫାଇଦା ମିଳିଥାଏ? ବଡ ରୋଗରୁ ମିଳିଥାଏ ଉପସମ

259

କନକ ବ୍ୟୁରୋ : ବର୍ତ୍ତମାନ ଚାଲିଛି ଶୀତ ଋତୁ । ସକାଳୁ ଉଠିଲେ ଶରୀରକୁ ଗରମ କରିବା ପାଇଁ ଲୋକେ ଖରାରେ ସେକି ହୋଇଥିନ୍ତି । ଖରା କେବଳ ଆମ ଶରୀରକୁ ଗରମ କରେ ତା ନୁହେଁ ଖରାରୁ ଶରୀରକୁ ଭିଟାମିନ୍-ଡି ମିଳିଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଖରାରେ ଶରୀରକୁ ଗରମ କରିବା ଦ୍ୱାରା ଶରୀରରେ ଫଙ୍ଗଲ ଇନ୍ଫେକ୍ସନ୍ ଏବଂ ଅନେକ ପ୍ରକାରର ରୋଗ ହେବାରୁ ରକ୍ଷା ମିଳିଥାଏ । ଚାଲନ୍ତୁ ଜାଣିବା ଖରାରୁ ଶରୀରକୁ କେଉଁ କେଉଁ ଫାଇଦା ମିଳେ ।
ଭିଟାମିନ୍ ଡି : ଏକଥା ତ ସମସ୍ତେ ଜାଣିଛନ୍ତି ଖରାରୁ ଶରୀରକୁ ଭିଟାମିନ୍-ଡି ମିଳିଥାଏ । ଯାହାକି ଶରୀରର ହାଡକୁ ମଜଭୁତ୍ କରିବାରେ ସହାୟକ ହୋଇଥାଏ । ଏହା ସହିତ ଖରାରେ ସେକି ହେଲେ ଆଣ୍ଠୁଗଣ୍ଠି ରୋଗ ଏବଂ ଦେହହାତ ବିନ୍ଧା ଛିଟକାରୁ ଉପସମ ମଧ୍ୟ ମିଳିଥାଏ ।
ଭଲ ନିଦ : ଖରାରୁ ଶରୀରରେ ମେଲାଟୋନିନ୍ ହରମୋନ ତିଆରି ହୋଇଥାଏ । ଶରୀରରେ ଏହି ହରମୋନ୍ ସୃଷ୍ଟି ହେବା ଦ୍ୱାରା ଭଲ ନିଦ ହୋଇଥାଏ । ଏହାସହିତ ମାନସିକ ଚାପ ବି ଦୂର ହୋଇଥାଏ ।
ଓଜନ କମିଥାଏ : ଖରାରେ ବସିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା କମ୍ ହୋଇଥାଏ । ଯାହାକି, ଓଜନ କମ କରିବାରେ ସହାୟକ ହୋଇଥାଏ । ଶୀତଦିନେ ପ୍ରତିଦିନ ଅତି କମରେ ୧୫ ମିନିଟ୍ ଖରାରେ ସେକିହେବା ଶରୀର ପାଇଁ ଭଲ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଫଙ୍ଗଲ ଇନଫେକ୍ସନ୍ : ଯଦି ଶରୀରରେ ଫଙ୍ଗଲ ଇନଫେକ୍ସନ୍ ଭଳି ସମସ୍ୟା ଦେଖାଯାଏ, ତେବେ ଖରାରେ ନିହାତି ବସିବା ଜରୁରୀ ଅଟେ । କାହିଁକିନା ଖରାରେ ବସିବା ଦ୍ୱାରା ବ୍ୟାକ୍ଟେରିୟା ଦ୍ୱାରା ହୋଇଥିବା ଇନଫେକ୍ସନ୍ ଭଲ ହୋଇଯାଇଥାଏ । ଖରା ଚର୍ମ ସମସ୍ୟାରୁ ରକ୍ଷା କରିବାରେ ବେସ୍ ସହାୟକ ହୋଇଥାଏ ।
ବଡ ରୋଗରୁ ମିଳେ ଉପସମ : ଜଣ୍ଡିସ୍ ଭଳି ସାଂଘାତିକ୍ ରୋଗର ଚିକିତ୍ସା ପାଇଁ ମଧ୍ୟ ଖରାରେ ସେକି ହେବା ଜରୁରୀ ହୋଇଥାଏ । ସେଥିପାଇଁ ଜଣ୍ଡିସ୍ ହେଲେ ରୋଗୀଙ୍କୁ ଖରାରେ ସେକି ହେବା ପାଇଁ କୁହାଯାଇଥାଏ ।