କନକ ବ୍ୟୁରୋ : ତିନି ହିନ୍ଦୁ, ମୁସଲମାନ, ଶିଖ୍, ଇସାଇ ଓ ପାର୍ସି । ତିନି ତଲାକ ମାମଲାର ବିଚାର କରିଛନ୍ତି ସୁପ୍ରିମକୋର୍ଟର ୫ ନ୍ୟାୟମୂର୍ତ୍ତି । ଜଷ୍ଟିସ ଜେଏସ୍ ଖେହାର, ଜଷ୍ଟିସ କୁରିଆନ୍ ଯୋଶଫ୍, ଜଷ୍ଟିସ ଫଲି ନରିମାନ, ଜଷ୍ଟିସ୍ ୟୁୟୁ ଲଲିତ, ଜଷ୍ଟିସ୍ ଅବଦୁଲ ନଜିର । ସୁପ୍ରିମକୋର୍ଟଙ୍କ ଏହି ୫ ଜଣିଆ ବରିଷ୍ଠ ବିଚାରପତି ଯେଉଁ ଐତିହାସିକ ରାୟ ଦେଇଛନ୍ତି, ତାହା ୧୪ଶହ ବର୍ଷ ଧରି ଭାରତବର୍ଷରେ ଚାଲିଆସୁଥିବା ମୁସଲିମ୍ ମହିଳାଙ୍କ ଅତ୍ୟାଚାର ଉପରେ ରୋକ୍ ଲାଗିଛି ।
ଆପଣ ଜାଣି ରଖିବା ଉଚିତ ଏହି ବିବାଦୀୟ ପ୍ରସଙ୍ଗରେ ବିଚାର ଶୁଣାଇବା ପାଇଁ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନିଯୁକ୍ତ ସମସ୍ତ ଜଜ୍ ୫ଟି ଧର୍ମର । ଜଣେ ହିନ୍ଦୁ, ଜଣେ ଖ୍ରୀଷ୍ଟିଆନ, ଜଣେ ମୁସଲମାନ, ଜଣେ ଶିଖ୍ ଏବଂ ଆଉ ଜଣେ ଜୋରାଷ୍ଟ୍ରିଆନ୍ । ୫ ଟି ଭିନ୍ନ ଭିନ୍ନ ଧର୍ମ ଉପରେ ବିଶ୍ୱାସ କରୁଥିବା ପାଂଚ୍ ବିଚାରପତି ଯେଉଁ ଐତିହାସିକ ରାୟ ଦେଇଛନ୍ତି, ତାହା ହଜାର ହଜାର ମୁସଲମାନ ମହିଳାଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏବେ ନଜର ପକାନ୍ତୁ କେଉଁ ଜଜ୍ କ’ଣ କହିଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ ଜେଏସ୍ ଖେହାର :
ଏହା ଅସାମ୍ବିଧାନିକ ନୁହେଁ । ତେବେ ଏହା ଠିକ୍ ନୁହେଁ । ଏହାକୁ ଦୂର କରିବା ପାଇଁ ଆଇନ୍ ଆଣିବା ଦରକାର ।
ଜଷ୍ଟିସ୍ ଏସ୍ ଅବଦୁଲ ନଜିର :
ଏହା ଅସାମ୍ବିଧାନିକ ନୁହେଁ । ଏହାକୁ ବନ୍ଦ କରିବା ପାଇଁ ଆଇନ ଆଣିବା ଆବଶ୍ୟକ ।
ଜଷ୍ଟିସ ଫଲି ନରିମାନ୍ :
ଏହା ଏକ ପାପ । ଏହା ସମ୍ବିଧାନିକ ନୁହେଁ
ଜଷ୍ଟିସ ୟୁ ୟୁ ଲଲିତ :
କୁରାନରେ ଟ୍ରିପଲ ତଲାକ ବ୍ୟବସ୍ଥା ନାହିଁ । ତେଣୁ ଏହା ସାମ୍ବିଧାନିକ ନୁହେଁ ।
ଜଷ୍ଟିସ କୁରିଆନ୍ ଯୋସେଫ୍ :
କୁରାନରେ ଏହି ବ୍ୟବସ୍ଥା ନଥିବାରୁ ଏହା ସରିଆତର ଅଂଶ ବିଶେଷ ହୋଇପାରିବ ନାହିଁ । ଏହା ଅସାମ୍ବିଧାନିକ