ଭୁଶୁଡିଲା ନିର୍ମାଣଧୀନ ୫ ମହଲା କୋଠା: ୭ ମୃତ, ଅନେକ ଆହତ ସୂଚନା

750

କନକ ବ୍ୟୁରୋ: ଭୁଶୁଡିଲା ନିର୍ମାଣଧୀନ ୫ ମହଲା କୋଠା, ୭ଜଣଙ୍କ ମୃତ୍ୟୁ ସୂଚନା, କୋଲକାତା ଗାର୍ଡେନ ରିଚ ଅଂଚଳରେ ରବିବାର ବିଳମ୍ବିତ ରାତିରେ ୫ମହଲା କୋଟା ଭୁଶୁଡି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଅଘଟଣରେ ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ । ଅନେକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି । କୋଲକାତା ମୁନିସପାଲିଟି ଅଂଚଳରେ ଏହି ନିର୍ମାଣଧୀନ କୋଠାଟି ରହିଥିଲା । ଅଘଟଣରେ କୋଠା ତଳେ ରହିଥିବା ଅନେକ ଛୋଟ ଛୋଟ ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବେଆଇନ ଭାବେ କୋଠା ନିର୍ମାଣ କରାଯାଇଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ସେପଟେ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ସପ୍ତାହରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମୁଣ୍ଡରେ ପଟି ବାନ୍ଧି ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି ।