ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ତାରିଖ ଘୋଷଣା କରିପାରନ୍ତି ନିବାଚନ କମିଶନ । ଜାନୁଆରୀ ୧୫ ସୁଦ୍ଧା ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା ।

232

କନକ ବ୍ୟୁରୋ : ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବୃଆରୀ ମାସରେ ନିର୍ବାଚନ କମିଶନଙ୍କ ତରଫରୁ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୧୫ ତାରିଖ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ତାରିଖ ଘୋଷଣା କରାଯାଇପାରେ । ମେ ମାସରେ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏପ୍ରିଲ ମାସ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ଯୋଜନା କରୁଛନ୍ତି ନିର୍ବାଚନ ଆୟୋଗ । ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ ଟି ରାଜ୍ୟ ହେଉଛି ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୂୁଡୁଚେରୀ ଓ ଆସାମ । କେରଳ ବିଧାନସଭାରେ ୧୪୦ ଆସନ ଥିବା ବେଳେ ପୁଡୁଚେରୀରେ ୩୦, ଆସାମରେ ୧୨୬, ତାମିଲନାଡୁରେ ୨୩୪ ଓ ପଶ୍ଚିମବଙ୍ଗରେ ୨୯୪ ଓ ତାମିଲନାଡୁରେ ୨୩୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ସେହିଭଳି ତାମିଲନାଡୁ ସରକାରଙ୍କ କାର୍ଯ୍ୟକାଳ ୨୦୨୧ ମେ ମାସ ୨୪ ରେ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ମେ ୩୦, ଆସାମ ସରକାରଙ୍କ କାର୍ଯ୍ୟକାଳ ମେ ୩୧ ରେ ଶେଷ ହେଉଛି । ଏହାସହ ପୁଡୁଚେରୀ ସରକାରଙ୍କ କାର୍ଯ୍ୟକାଳ ଜୁନ୍୧ ତାରିଖ ଓ କେରଳ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୮ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏସବୁ ରାଜ୍ୟର ସରକାରକୁ ଭଙ୍ଗ କରି ଏକ ସମୟରେ ଏହି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରାଯାଉଥିବା ସୂଚନା ମଳିଛି ।

ଅନ୍ୟପଟେ ପଶ୍ଚମବଙ୍ଗରେ ମମତା ସରକାରକୁ କ୍ଷମତାରୁ ହଟାଇବାକୁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି । ସେହିଭଳି କେରଳରେ ବିଜେପିର ମାତ୍ର ଗୋଟିଏ ବିଧାୟକ ଥିବା ବେଳେ ସେଠାରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳା ଫଳକୁ ନଜର କଲେ ସେଠାରେ ପୁଣିଥରେ ଏଲଡିଏଫ୍ କ୍ଷମତାକୁ ଆସିପାରେ ବୋଲି ଅନୂୁମାନ କରାଯାଉଛି । ଅନ୍ୟପଟେ ତାମିଲନାଡୁ ଦଖଲ କରିବାକୁ ପୁରା ଜାଲ ବିଛାଇ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ।

Comments are closed.