କନକ ବ୍ୟୁରୋ: ଜାତୀୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ର ପ୍ରେସମିଟ କରି ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ହେଉଛି ଉତରପ୍ରଦେଶ, ଉତରାଖଣ୍ଡ, ପଞ୍ଜାବ, ମଣିପୁର. ଓ ଗୋଆ । ଏହି ୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ତେବେ ଫେବୃଆରୀ ୧୦ ତାରିଖରୁ ଭୋଟ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

Advertisment

ୟୁପିରେ ୭ଟି ପର୍ଯ୍ୟାୟ, ମଣିପୁରରେ ୨ଟି ଏବଂ ପଂଜାବ, ଉତରାଖଣ୍ଡ, ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । ଫେବୃୟାରୀ ୧୦ ତାରିଖରେ ଉତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେହିପରି ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୧୪ ତାରିଖ, ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ, ୨୩ ତାରିଖରେ ଚତୁର୍ଥ ପ ଯ ର୍୍ୟାୟ ଓ ୨୭ ତାରିଖରେ ପଂଚମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୩ ତାରିଖରେ ଷଷ୍ଠ ଓ ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ଉତରପ୍ରଦେଶରେ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମସିନ ।

ସେହିପରି ଫେବୃୟାରୀ ୧୪ ତାରିଖରେ ପଂଜାବ, ଗୋଆ ଓ ଉତରାଖଣ୍ଡରେ ଭୋଟ ଗ୍ରହଣ କରାଯିବ । ସେପଟେ ମଣିପୁରରେ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯିବ । ମଣିପୁରରେ ଫେବୃୟାରୀ ୨୭ ତାରିଖ ଓ ମାର୍ଚ୍ଚ ୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହି ୫ରାଜ୍ୟରେ ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ମାର୍ଚ୍ଚ ୧୦ ତାରିଖରେ କରାଯିବ ବୋଲି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିସନ ।