କନକ ବ୍ୟୁରୋ : ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସାଙ୍ଗକୁ ବାର୍ଥଡେ ବୟ କୁଲଦୀପ ଯାଦବଙ୍କ ପ୍ରଭାବୀ ବୋଲିଂ ଆଗରେ ଫିକା ପଡିଲା ସାଉଥ ଆଫ୍ରିକାର ରଣନୀତି । ନିର୍ଣ୍ଣାୟକ ମ୍ୟାଚରେ ଭାରତର ବଡ଼ ବିଜୟ ହାସଲ କରିଛି । ୧୦୬ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧-୧ରେ ସିରିଜ ବରାବର କରିଛି ଭାରତ ।
ପ୍ରଥମ ମ୍ୟାଚ ବର୍ଷାରେ ବାଧାପ୍ରାପ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଜିତିଥିଲା ଦକ୍ଷିଣ ଆଫ୍ରିକା । ଗୁରୁବାର ତୃତୀୟ ମ୍ୟାଚରେ ବଡ଼ ବିଜୟ ହାସଲ କରିବା ସହ ସିରିଜକୁ ୧-୧ରେ ବରାବର ରଖିବାରେ ସକ୍ଷମ ହୋଇଛି ଭାରତୀୟ ଟିମ୍ । ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବଙ୍କ ଚତୁର୍ଥ ଟି-୨୦ ଶତକ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ବ୍ୟାଟିଂ ସହାୟତାରେ ୨୦୧ର ବଡ଼ ସ୍କୋର କରିଥିଲା ଭାରତୀୟ ଦଳ । ତେବେ ୨୦୨ ରନର ପିଛା କରୁଥିବା ଘରୋଇ ଦଳ ୧୩.୫ ଓଭରରେ ମାତ୍ର ୯୫ ରନରେ ଅଲଆଉଟ ହୋଇଯାଇଛି । ଦୁଇ ଦଳ ମଧ୍ୟରେ ୧୭ତାରିଖ ବୁଧବାର ଠାରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/14surya-jaiswal1.jpg)