୫ ଯୋଡା ସ୍ପେଶାଲ ଟ୍ରେନ୍ ବାତିଲ । ଉପଯୁକ୍ତ ଯାତ୍ରୀ ନହେବା ଓ କରୋନା ଭାଇରସ ସଂକ୍ରମଣ ପାଇଁ ଟ୍ରେନ୍ ବାତିଲ ।

209

କନକ ବ୍ୟୁରୋ: ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ୫ ଯୋଡା ଟ୍ରେନ୍ ବାତିଲ । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ପୁରୀରୁ ଆସନ୍ତାକାଲିଠାରୁ ଏବଂ ଗୁଣୁପୁରରୁ ୬ ତାରିଖରୁ ପରବର୍ତ୍ତୀ ଆଦେଶ ଯାଏଁ ବାତିଲ ରହିବ । ସେହିପରି ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ । ତା ସହିତ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପୁରୀରୁ ଏବଂ ୬ ତାରିଖରୁ ଦୁର୍ଗରୁ ବାତିଲ୍ ରହିବ ।