କନକ ବ୍ୟୁରୋ: ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ୫ ଯୋଡା ଟ୍ରେନ୍ ବାତିଲ । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ପୁରୀରୁ ଆସନ୍ତାକାଲିଠାରୁ ଏବଂ ଗୁଣୁପୁରରୁ ୬ ତାରିଖରୁ ପରବର୍ତ୍ତୀ ଆଦେଶ ଯାଏଁ ବାତିଲ ରହିବ । ସେହିପରି ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ । ତା ସହିତ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପୁରୀରୁ ଏବଂ ୬ ତାରିଖରୁ ଦୁର୍ଗରୁ ବାତିଲ୍ ରହିବ ।
ପୂର୍ବତଟ ରେଳ ପରିସୀମାରୁ ବିଭିନ୍ନ ସ୍ଥାନକୁ ଚାଲୁଥିବା ୫ଟି ଟ୍ରେନ୍ ବାତିଲ । ୫ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ସେବା ବାତିଲ ନିଷ୍ପତ୍ତି । କରୋନା ସଂକ୍ରମଣ ଓ ଉପଯୁକ୍ତ ଯାତ୍ରୀ ନହେବାରୁ ଟ୍ରେନ୍ ବାତିଲ । #Odisha#Trainpic.twitter.com/VAfThOiDnE
— Kanak News (@kanak_news) May 4, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/24-2.jpg)