ଲଦାଖରେ ସେନା ଟ୍ୟାଙ୍କ ବୁଡି ୫ ଯବାନ ସହିଦ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

85

କନକ ବ୍ୟୁରୋ : ଗତକାଲି ଲଦାଖରେ ସେନା ଟ୍ୟାଙ୍କର ବୁଡି ୫ ଜଣ ଯବାନ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ । ହେଲେ ଏଭଳି ଘଟଣା ସମସ୍ତଙ୍କୁ ଆଘାତ ଦେଇଛନ୍ତି । ସହିଦ ଯବାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସହିତ ମୁଖ୍ୟମନ୍ତ୍ରୀ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ସୂଚନା ଥାଉ କି, ଗତକାଲି ସେନାର ଯବାନମାନେ ଗତକାଲି ଲଦାଖର ଏକ ନଦୀରେ ଅଭ୍ୟାସ ସାରି ଟ୍ୟାଙ୍କର ସହ ଫେରୁଥିବା ବେଳେ ନଦୀରେ ଟ୍ୟାଙ୍କରଟି ବୁଡି ଯାଇଥିଲା । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ।