ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ : ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଆସିଲା ଭିଜୁଆଲ

136

କନକ ବ୍ୟୁରୋ : ନନ୍ଦନକାନନରେ ସୁସ୍ଥ ଅଛନ୍ତି ଗଙ୍ଗପଡା ଅଂଚଳରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆ । ଉଦ୍ଧାର ପରେ ଏହି ଭାଲୁଛୁଆଙ୍କୁ ନନ୍ଦନକାନନରେ ରଖାଯାଇଛି । ଏମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ବେଳେ ପ୍ଲେଟରେ ଖାଦ୍ୟ ଗ୍ରହଣ କରୁଥିବାର ଭିଜୁଆଲ ସାମ୍ନାକୁ ଆସିଛି ।

ଖୋର୍ଦ୍ଧା ନିକଟ ଗଙ୍ଗପଡା ଅଂଚଳକୁ ଏମାନେ ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିଲେ । ହଳଦିଆ ରେଂଜର ୪ଜଣିଆ ଟିମ ଯାଇ ଭାଲୁ ଛୁଆକୁ ଉଦ୍ଧାର କରିଥିଲେ । ୫ଟି ଭାଲୁ ଛୁଆକୁ ଉଦ୍ଧାର କରିଥିଲା ବନବିଭାଗର ଟିମ୍ । ପରେ ୧୬ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଉପକଣ୍ଠ ଗଡ ଖୋର୍ଦ୍ଧା ଚକ ନିକଟରୁ ବିପ୍ରଚରଣ ବେଉରାଙ୍କ ଘରୁ ୨ଟି ଭାଲୁ ଛୁଆ ଉଦ୍ଧାର କରାଯାଇଥିଲା । ଏହି ସବୁ ଭାଲୁ ଛୁଆଙ୍କୁ ନନ୍ଦନକାନନରେ ରଖାଯାଇଛି । ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।