କରୋନରେ ଏୟାର ଇଣ୍ଡିଆର ୫ ବରିଷ୍ଠ ପାଇଲଟଙ୍କ ମୃତ୍ୟୁ । ଭ୍ୟାକ୍ସିନ୍ ଅଭିଯାନ ଉପରେ ପଡିପାରେ ପ୍ରଭାବ !

259

କନକ ବ୍ୟୁରୋ : ଦେଶର ବିଭିନ୍ନ ପ୍ରାନ୍ତରକୁ ଦୈନିକ ଦିନ ରାତି ପରିଶ୍ରମ କରି ଉଡାଜାହଜରେ ଭ୍ୟାକ୍ସିନ୍ ଯୋଗାଉଥିବା ଏୟାର ଇଣ୍ଡିଆର ବିରିଷ୍ଠ ପାଇଲଟଙ୍କ ମଧ୍ୟରୁ ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେମାନଙ୍କର ମୃତ୍ୟୁ ଅନ୍ୟମାନଙ୍କ ପାଇଁ ନହେଲେ ବି ଟିକାକରଣ ଅଭିଯାନ ଉପରେ ପଡିବ ବୋଲି କୁହାଯାଉଛି । ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କେବଳ ମେ ମାସରେ କ୍ୟାପଟେନ୍ ପ୍ରସାଦ କର୍ମାକର, ସନ୍ଦୀପ ରାଣା,ଅମିତେଶ ପ୍ରସାଦ, ଜିପିଏସ୍ ଗିଲ୍ ଓ ହର୍ଷ ତିୱାରୀଙ୍କର କରୋନା ସଂକ୍ରମଣ ଫଳରେ ମୃତ୍ୟୁ ହୋଇଛି ।

କହିରଖୁ କି ଏୟାର ଇଣ୍ଡିଆର ଅନେକ ପାଇଲଟ୍ ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ ତୁରନ୍ତ ଟିକା କରଣ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ । ସେମାନେ କହିଥିଲେ କି ଏହା କରାନଗଲେ ଆମେ ଡ୍ୟୁଟିରେ ରହିବୁ ନାହିଁ ।

ଏହା ପୂର୍ବରୁ ମୁମ୍ବାଇ ଏୟାର ଇଣ୍ଡିଆ ଏୟାର ବସ୍ ପାଇଲଟ ୟୁନିୟନ ଇଣ୍ଡିଆନ୍ କର୍ମଶିଆଲ ପାଇଲଟ୍ ଗିଲ୍ଟ(ଆଇସିପିଏ) ମଙ୍ଗଳବାର ଦିନ ସମାନ ଦାବି କରି ଚିଠି ଲେଖାଯାଇଥିଲା । ସୂଚନା ମୁତାବକ ଜଣେ ପାଇଲଟ୍ କହିଛନ୍ତି କି ପାଇଲଟଙ୍କୁ କ୍ୱାରେଣ୍ଟିନରେ ରଖାଯାଉଛି, ଫଳରେ ପାଇଲଟମନେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହାସହ ସେମାନଙ୍କ ପରିବାର ଲୋକ ବି ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଅନ୍ୟପଟେ ଏୟାର ଲାଇନ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।