କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ୍ : ଏସସିବି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟର କଲେ ସମୀକ୍ଷା ; ସମୀକ୍ଷାରେ ପୂର୍ତ୍ତ ସଚିବ, ଶକ୍ତି ସଚିବ, କଟକ ଜିଲ୍ଲାପାଳ ସାମିଲ

262

କନକ ବ୍ୟୁରୋ : ଆଜି ଭୋର ୪ ଟାରେ ଫାଇବ୍ ଟି ସଚିବ  ଭିକେ ପାଣ୍ଡିଆନ୍ କଟକ ଗସ୍ତ କରିଥିଲେ । ଏହି ଗସ୍ତ କାଳରେ କଟକ ବଡ ଡାକ୍ତରଖାନାର ଉନ୍ନତିକରଣ ତଥା ରାସ୍ତା ସମ୍ପ୍ରସାରଣ କାମର ସମୀକ୍ଷା କରିଛନ୍ତି । ଫାଇଭ୍ ଟି ସଚିବଙ୍କ ସହିତ ଏହି ଗସ୍ତ ସମୟରେ ସାମିଲ ହୋଇଥିଲେ ପୂର୍ତ୍ତ ସଚିବ, ଶକ୍ତି ସଚିବ, ଆରଡିସି, କଟକ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଏସସିବି ରାସ୍ତା ସମ୍ପ୍ରସାରଣର ସମୀକ୍ଷା କରାଯାଇଥିଲା ।

ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ର ରାସ୍ତାକୁ ୩ ଲେନ୍ ରାସ୍ତା ସହିତ ସଂଯୋଗ ପାଇଁ ସମୀକ୍ଷା ପରେ ନିଷ୍ପତି ନିଆଯାଇଛି ।  ତାଳଦଣ୍ଡା କେନାଲର ଡାହାଣ ପାର୍ଶ୍ୱରେ ଥିବା ଯୋବ୍ରାରୁ ହିନ୍ଦ ସିନେମା ହଲ ରାସ୍ତା, ବାମ ପଟ କେନାଲ ଯୋବ୍ରାରୁ କଟକ ସୁଇଟ୍ ଷ୍ଟଲ୍ ଯାଏଁ ରାସ୍ତାର ସମ୍ପ୍ରସାରଣ ପାଇଁ ନିଷ୍ପତି ହୋଇଛି । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ସମୟରେ କଟକ ବଡ ମେଡିକାର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ ।

ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାଶ୍ୱର୍ରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା । କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି । ବଡି ଭୋରରୁ କଟକ ଗସ୍ତ କରି ଏହି କାମର ସମୀକ୍ଷା କରିଛନ୍ତି ଫାଇବ୍ ଟି ସଚିବ ।