କନକ ବ୍ୟୁରୋ: ଅପରାଜିତାଙ୍କ ପରେ ବିଜେପି ରାଜ୍ୟ ସଭାପତିଙ୍କ ଟାର୍ଗେଟରେ ୫ଟି ସଚିବ । ରବିବାର ମନମୋହନ ସାମଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡ଼ର୍ଜନ ମନ୍ତ୍ରୀ ଅଛନ୍ତି, ମନ୍ତ୍ରୀମାନେ ହେଉଛନ୍ତି ଶାସନର ମୁଖ୍ୟ । ତେବେ ସଚିବ ପ୍ରଶାସନର ନିଷ୍ପତ୍ତି ନେଇ ପାରିବନି, କି ଘୋଷଣା କରି ପାରିବେନି, କି ଅନୁମୋଦନ ଦେଇ ପାରିବନି । ଚୂଡାନ୍ତ ନିଷ୍ପତ୍ତି ମନ୍ତ୍ରୀମାନେ ହିଁ ନେବେ । ତେଣୁ ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ଅଛି ତେବେ ସେ ଇସ୍ତଫା ଦେଇ ମନ୍ତ୍ରୀ ହୋଇଯାଆନ୍ତୁ, ଶପଥ ନେଇଯାଆନ୍ତୁ । ସଚିବ ଏକୁଟିଆ ବୁଲନ୍ତୁ ଆଉ ଘୋଷଣା କରନ୍ତୁ କେହି ତାଙ୍କୁ ମନା କରିବେନି ବୋଲି କହିଛନ୍ତି ମନମୋହନ ସାମଲ ।
ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ- ଜଣେ ସରକାରୀ ଚାକିରି କରୁଥିବା ଲୋକ ଓଡ଼ିଶାରେ ସିଧାସଳଖ ରାଜନୀତି କରି ପାରିବ ନାହିଁ । ଆଇନର ଉର୍ଦ୍ଧ୍ଵରେ କେହି ନୁହନ୍ତି କି ବ୍ୟବସ୍ଥାର ଉର୍ଦ୍ଧ୍ବରେ କେହି ନୁହନ୍ତି, ବ୍ୟବସ୍ଥା ଭିତରେ ରହି କେହି ବି ଲକ୍ଷ୍ମଣ ରେଖା ଅତିକ୍ରମ କରିବା ଉଚିତ ନୁହେଁ ବୋଲି ମନମୋହନ ସାମଲ କହିଛନ୍ତି । ଅନ୍ୟପଟେ ରାଜନୀତି କରିବାର ସମସ୍ତଙ୍କର ଅଧିକାର ଅଛି କିନ୍ତୁ ଦେଶର ବ୍ୟବସ୍ଥା, ସମ୍ବିଧାନ ଓ ଆଇନ କାନୁନକୁ ମାନିକି ଚାଲିବାକୁ ପଡ଼ିବ । ଯାହାକୁ ରାଜନୀତି କରିବାର ଅଛି ଚାକିରି ଛାଡି, ରାଜନୀତି କରନ୍ତୁ । ଚାକିରିରେ ଥାଇ କି ରାଜନୀତି କରି ପାରିବେନି ବୋଲି ୫ଟି ସଚିବଙ୍କୁ ଟାର୍ଗେଟ କରି ତେରେଛା ତୀର ମାରିଛନ୍ତି ରାଜ୍ୟ ବିଜେପି ସଭାପତି ।
ଅନ୍ୟପଟେ ରାଜ୍ୟରେ ଶାସନ ଅଛି କି ନାହିଁ , ମନ୍ତ୍ରୀ ଅଛନ୍ତି କି ନାହାନ୍ତି, ବିଧାୟକ ମାନେ ଅଛନ୍ତି କି ନାହାନ୍ତି, ମୁଖ୍ୟମନ୍ତ୍ରୀ ଅଛନ୍ତି କି ନାହାନ୍ତି ଏ ବିଷୟରେ ଗାଁ ଗହଳି ପର୍ୟ୍ୟନ୍ତ ଆଲୋଚନା ହେବା ଦରକାର । ବିଜୁ ଜନତା ଦଳର ସମସ୍ତ ସାଂସଦ, ବିଧାୟକ ମାନେ ଚିନ୍ତା କରିବା ଆରମ୍ଭ କରନ୍ତୁ ସେମାନେ ରାଜନୀତିରେ ନିଷ୍ପତ୍ତି କଣ ନେବେ। ଗଣତନ୍ତ୍ର ରକ୍ଷା କରିବା ପାଇଁ କଣ କରିବା ଉଚିତ ତାଙ୍କ ଦଳର ସମସ୍ତ କାର୍ୟ୍ୟକର୍ତ୍ତାଙ୍କଠୁ ନେଇ ନେତାଙ୍କ ପର୍ୟ୍ୟନ୍ତ ଚିନ୍ତା କରିବା ଆବଶ୍ୟକ । ସେମାନେ ଆଲୋଚନାକୁ ଆସି ସ୍ପଷ୍ଟ କରନ୍ତୁ ଯେ ସେମାନଙ୍କ ଭୂମିକା କଣ ? ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସେପଟେ ରାଜ୍ୟ ବିଜେପି ସଭାପତିଙ୍କ ଟାର୍ଗେଟ ପରେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରଫୁଲ ସାମଲ । ସେ କହିଛନ୍ତି, ବିରୋଧୀଙ୍କର କିଛି କାମ ନାହିଁ । ସେମାନେ ଖାଲି ଦେଖୁଛନ୍ତି ନବୀନ କଣ କରୁଛନ୍ତି ତାଙ୍କ ସଚିବ କଣ କରୁଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନିଜେ ସବୁଆଡ଼େ ଯାଇପାରୁନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି, ଅନେକ ସମୟରେ ବନ୍ୟା ବେଳେ ସବୁବେଳେ କଣ ପ୍ରଧାନମନ୍ତ୍ରୀ ଆସୁଛନ୍ତି, ତାଙ୍କ ଟିମ ଆସିକି ସର୍ବେକ୍ଷଣ କରୁଛି । ବିରୋଧୀଙ୍କ ପାଖେ କିଛି ବିଷୟ ବସ୍ତୁ ନାହିଁ କହିବା ପାଇଁ କେବଳ ବିରୋଧ କରିବା ପାଇଁ କହୁଛନ୍ତି ।
ତେବେ ପ୍ରଫୁଲ ସାମଲ ବିରୋଧୀଙ୍କୁ ଓଲଟା ଟାର୍ଗେଟ କରି କହିଛନ୍ତି ଯେ, ସେମାନେ କୁହନ୍ତୁ କେଉଁଠି ବିକାଶ ହୋଇନି, ଦୁର୍ନୀତିଗ୍ରସ୍ଥ ଅଧିକାରୀକୁ ନବୀନ ଛାଡ଼ିଛନ୍ତି କି ? ଆଗରୁ ବି ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଯାଉଥିଲେ, ଏବେ ନୂଆ କଥା ନୁହେଁ । ଜନ ପ୍ରତିନିଧି ତାଙ୍କ କାର୍ୟ୍ୟ କରୁଛନ୍ତି । ୫ଟି କାର୍ୟ୍ୟକୁ ନେଇ ଦଳରେ କେହି ଅସନ୍ତୋଷ ନାହାନ୍ତି ଜ୍ଝ ୫ଟି କାର୍ୟ୍ୟ କରୁଛି ବୋଲି ଏବଂ ସଚିବ ଆକ୍ଟିଭ୍ ଅଛନ୍ତି ବୋଲି କାର୍ୟ୍ୟପାଳିକା ଆକ୍ଟିଭ୍, ଆଗରୁ ଅଧିକ ସମୟ ଲାଗୁଥିଲା ଏବେ ବିକାଶ ତ୍ୱରାନ୍ଵିତ ହୋଇଛି ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି ।