କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍ । ପ୍ରଥମ ଦିନରେ, ମହାକାଳପଡା ଯାଇ ପ୍ରସ୍ତାବିତ ନିପ୍ପନ ଷ୍ଟିଲ ପ୍ଳାଣ୍ଟ ଅଞ୍ଚଳ ବୁଲିବା ସହ, ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । କେନ୍ଦ୍ରାପଡାବାସୀଙ୍କ ସହଯୋଗ ମିଳିଲେ ଖୁବ ଶୀଘ୍ର କେନ୍ଦ୍ରାପଡାକୁ ଶିଳ୍ପ ଆସିବ ବୋଲି କହିଥିଲେ ଭି.କେ. ପାଣ୍ଡିଆନ । ବିଭିନ୍ନ ନାଗରିକ ସମାଜ ଓ ସଂଗଠନ ସହ ଜିଲ୍ଲାର ବିକାଶ ଓ ମୌଳିକ ସମସ୍ୟା ନେଇ ଆଲୋଚନା କରିଥିଲେ । ଦ୍ୱିତୀୟ ଦିନରେ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଯାଇ ବିଭିନ୍ନ ସ୍କୁଲ, ମେଡିକାଲ ବୁଲି ଦେଖିଛନ୍ତି । ମିଶନ ଶକ୍ତି ଦ୍ୱାରା ପରିଚାଳିତ ଶକ୍ତି ମିଲ୍କ ଡାଏରୀ ଫାର୍ମ ବୁଲି ଦେଖିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ସହ ତାଙ୍କର ସମ୍ପର୍କ ବିଷୟରେ କହିଛନ୍ତି । ଦୁଇ ଦିନ ଯାକ ଏକାଧିକ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଗସ୍ତରେ ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କାହାର ନାଁ ନନେଇ କଟାକ୍ଷ କରିଛନ୍ତି । ଅଭିଯୋଗ କରି କହିଛନ୍ତି, ରାଜ୍ୟରେ ବାବୁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଲେଣି । ଆଉ ପ୍ରଭାବଶାଳୀ ମନ୍ତ୍ରୀମାନେ ବାବୁ ମାନଙ୍କ ପାଇଁ ଛତା ଧରିକି ବୁଲୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହାର ନାଁ ନେଇ ନଥିଲେ ବି, ତାଙ୍କର ଏହି ବୟାନ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/22-30.jpg)