କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାରେ ୫-ଟି ସ୍କୁଲ କେଳେଙ୍କାରୀ ଘଟଣାର ଆଉ ଏକ ଫର୍ଦ୍ଦ ସାମ୍ନାକୁ ଆସିଛି। ଜିଲ୍ଲାରେ ରାଜନଗର ବ୍ଲକର ଆଉ ଦୁଇଟି ସ୍କୁଲର ସ୍ଥିତିକୁ ନେଇ ୫-ଟି ସ୍କୁଲର କେଳେଙ୍କାରୀ ଜଣାପଡ଼ିଛି। ସତ୍ୟ ଶିବ ସୁନ୍ଦର ସ୍କୁଲରେ ପିଲାମାନଙ୍କ ବସିବା ପାଇଁ ଚେୟାର ଟେବୁଲ ନାହିଁ। ପିଲାମାନେ ତଳେ ପାଲ ଉପରେ ବସି ପାଠ ପଢୁଛନ୍ତି। ଆଉ ଏକ ସ୍କୁଲ ହେଉଛି ବାସୁଦେବ ନୋଡାଲ ହାଇସ୍କୁଲ, ଦୁଇ ବର୍ଷ ତଳେ ତୃତୀୟ ପର୍ଯ୍ୟାୟରେ କାମ ହୋଇଥିଲା। ହେଲେ ସ୍କୁଲରେ ଲାଇବ୍ରେରୀ ଅଛି କିନ୍ତୁ କମ୍ପ୍ୟୁଟର ନାହିଁ, ସ୍ମାଟ କ୍ଲାସରେ ଟିଭି ନାହିଁ। କିଛି ଦିନ ତଳେ ଆମେ ଜିଲ୍ଲାର ଅନ୍ୟ ସ୍କୁଲର କେଳେଙ୍କାରୀ ସମ୍ପର୍କରେ ଖବର ପ୍ରସାରଣ କରିଥିଲୁ। ଏହାପରେ ସରକାର ପଦକ୍ଷେପ ନେବା ସହ ସେହି ସ୍କୁଲରେ କାମ ଆରମ୍ଭ ହୋଇଛି।