୫ଟି ରକେଟକୁ ନିଷ୍କ୍ରିୟ କଲା ଆମେରିକୀୟ ମିଜାଇଲ ଡିଫେନ୍ସ ବ୍ୟବସ୍ଥା : କାବୁଲ ଏୟାରପୋର୍ଟ ନିକଟରେ ଯୁଦ୍ଧ ପରିସ୍ଥିତି

ଶେଷ ପର୍ଯ୍ୟାୟରେ ଆମେରିକାର ଉଦ୍ଧାର କାର୍ଯ୍ୟ

148

କନକ ବ୍ୟୁରୋ : କାବୁଲ ବିମାନବନ୍ଦରକୁ ଛଡ଼ାଯାଇଥିବା ୫ଟି ରକେଟକୁ ନିଷ୍କ୍ରିୟ କରିଛି ଆମେରିକୀୟ ମିଜାଇଲ ଡିଫେନ୍ସ ବ୍ୟବସ୍ଥା । ଏହି ୫ଟି ରକେଟକୁ ଆକାଶରେ ଧ୍ୱଂସ କରାଯାଇଛି । ଏହାକୁ ନେଇ କାବୁଲ ଏୟାରପୋର୍ଟରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକାର ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଆସନ୍ତାକାଲି ସରୁଛି ଡେଡ୍ ଲାଇନ୍ । ଏଥିପାଇଁ ଉଦ୍ଧାର କାର୍ଯ୍ୟକୁ ଆମେରିକା ଜୋରଦାର କରିଛି । ଏହାରି ଭିତରେ କାବୁଲ ଏୟାରପୋର୍ଟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

କାବୁଲ ଏୟାରପୋର୍ଟ ଓ ଏହାର ଆଖପାଖ ଅଂଚଳରେ ଆଲର୍ଟ ଜାରି କରାଯାଇଛି । ପ୍ରଥମେ କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଏଥିରେ ୧୩ ଆମେରିକା ସେନା ସମେତ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା । ଏହା ପରେ ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଆଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏହା ପରେ ଆଜି ସକାଳ ୬ଟା ୪୦ରେ ମଧ୍ୟ କାବୁଲ ଏୟାରପୋର୍ଟ ନିକଟରେ ରକେଟ୍ରେ ଆକ୍ରମଣ କରାଯାଇଥିଲା । ସ୍ଥାନୀୟ ମିଡିଆର ସୂଚନା ଅନୁସାରେ କାବୁଲ ଏୟାରପୋର୍ଟ ନିକଟ ଏକ ୟୁନିଭରସିଟି ପାଖରେ ଗାଡି ଦ୍ୱାରା ରକେଟ୍ ମାଡ ହୋଇଥିଲା ।