ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସଂସଦରେ ବିଜେପିକୁ ସମର୍ଥନ ନେଇ ପଚାରିଲେ ୫ ପ୍ରଶ୍ନ । ଚିଟଫଣ୍ଡ ଦୁର୍ନୀତି ନେଇ କଲେ ଟାର୍ଗେଟ ।

Advertisment
ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସଂସଦରେ ବିଜେପିକୁ ସମର୍ଥନ ନେଇ ପଚାରିଲେ ୫ ପ୍ରଶ୍ନ । ଚିଟଫଣ୍ଡ ଦୁର୍ନୀତି ନେଇ କଲେ ଟାର୍ଗେଟ ।

କନକବ୍ୟୁରୋ :ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ । ଓଡ଼ିଶା ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସଂସଦରେ ବିଜେପିକୁ ବିଜେଡି ଶତ ପ୍ରତିଶତ ସମର୍ଥନ ଦେଇନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ରମେଶ । ଏହାସହ ଚାଷୀ ବିରୋଧୀ ଆଇନକୁ ବିଜେଡି ସମର୍ଥନ କରିନଥିଲା କି? ବିଜେଡି ଜାତିଗତ ଜନଗଣନାକୁ ସମର୍ଥନ କରୁଛି କି ସ୍ପଷ୍ଟ କରୁ । ରାଜ୍ୟରେ ଜଙ୍ଗଲ ଅଧିକାର ଅଧିନିୟମ କାହିଁକି ଲାଗୁ କରାଯାଇ ନାହିଁ ଏବଂ ବିଜେଡିର ନେତାମାନେ ଚିଟଫଣ୍ଡ ଓ ଖଣି ଦୁର୍ନୀତିରେ ସାମିଲ ନୁହଁନ୍ତି କି, ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ରମେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe