ନିର୍ବାଚନକୁ ନା କହିଲେ ୫ ପଞ୍ଚାୟତବାସୀ: ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ

Advertisment
ନିର୍ବାଚନକୁ ନା କହିଲେ ୫ ପଞ୍ଚାୟତବାସୀ: ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ୫ ପଞ୍ଚାୟତବାସୀଙ୍କ ନିଷ୍ପତ୍ତି । ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ । ଦେବଗଡର ଝରାଗୋଗୁଆ, ଗଣ୍ଡମ, ଡ଼ିମିରିକୁଦା, ପାରପୋଷି ଓ ଝାରମୁଣ୍ଡା ପଞ୍ଚାୟତବାସୀ ନେଲେ ମିଳିତ ନିଷ୍ପତ୍ତି । ଦିବା ପରେ ବି ମୋବାଇଲ ଟାୱାର ନବସିବାରୁ କେହି ନାମାଙ୍କନ ଭରିଲେନାହିଁ ।

ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ମିଳିତ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନ ପାରିବାରୁ ଆଜି ଉପରୋକ୍ତ ପଞ୍ଚାୟତ ବାସୀ ମିଳିତ ଶେଷ ନିଷ୍ପତି ନେଇ ପଞ୍ଚାୟତ ନିର୍ବାଚନରୁ ଓହରିଥିବା ଜଣା ପଡିଛି  । ଆଜି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଥିଲେ ସୁଦ୍ଧା ଆନ୍ଦୋଳନକାରୀମାନେ ତାଙ୍କ ନିଷ୍ପତ୍ତିରେ କାଏମ ରହିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe