କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରୁ ଓହରିବାକୁ ୫ ପଞ୍ଚାୟତବାସୀଙ୍କ ନିଷ୍ପତ୍ତି । ଶେଷ ଦିନରେ ବି କୌଣସି ପ୍ରାର୍ଥୀ ଭରିଲେନି ନାମାଙ୍କନ । ଦେବଗଡର ଝରାଗୋଗୁଆ, ଗଣ୍ଡମ, ଡ଼ିମିରିକୁଦା, ପାରପୋଷି ଓ ଝାରମୁଣ୍ଡା ପଞ୍ଚାୟତବାସୀ ନେଲେ ମିଳିତ ନିଷ୍ପତ୍ତି । ଦିବା ପରେ ବି ମୋବାଇଲ ଟାୱାର ନବସିବାରୁ କେହି ନାମାଙ୍କନ ଭରିଲେନାହିଁ ।
ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ମିଳିତ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରି ନ ପାରିବାରୁ ଆଜି ଉପରୋକ୍ତ ପଞ୍ଚାୟତ ବାସୀ ମିଳିତ ଶେଷ ନିଷ୍ପତି ନେଇ ପଞ୍ଚାୟତ ନିର୍ବାଚନରୁ ଓହରିଥିବା ଜଣା ପଡିଛି । ଆଜି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଥିଲେ ସୁଦ୍ଧା ଆନ୍ଦୋଳନକାରୀମାନେ ତାଙ୍କ ନିଷ୍ପତ୍ତିରେ କାଏମ ରହିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/16-25.jpg)