ତହସିଲଦାରଙ୍କ ୫ଟି ପାନ କାର୍ଡ: ଭିଜିଲାନ୍ସ ଜାଲରେ ପଡିଥିବା ନିମାପଡା ତହସିଲଦାରଙ୍କ ପାଖରୁ ମିଳିଲା ୫ଟି ପାନ କାର୍ଡ 

255

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର । ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନିମାପଡ଼ା ତହସିଲଦାର ତଥା ସବ ରେଜିଷ୍ଟର ରାମ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରାଯାଇଛି । ତହସିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ସେଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଯେଉଁ ଟଙ୍କାର ସେ ହିସାବ ଦେଇପାରିନଥିଲେ ରାମଚନ୍ଦ୍ର । ଏଥିସହିତ ଚଢାଉ ବେଳେ ତାଙ୍କ ନାଁରେ ଥିବ ୫ଟି ପାନ କାର୍ଡ ଜବତ କରାଯାଇଛି ।

ସବୁ ପାନ କାର୍ଡରେ ଅଲଗା ଅଲଗା ନମ୍ବର ରହିଥିବା ବେଳେ ଜନ୍ମ ତାରିଖ ବି ଅଲଗା ଅଲଗା ରହିଛି । ଏନେଇ ଆୟକର ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସେହିପରି ନିମାପଡ଼ାସ୍ଥିତ ତାଙ୍କ ସରକାରୀ ଘରେ ଚଢାଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି ।

ଏଥିସହ ଭିଜିଲାନ୍ସ ପକ୍ଷରୁ  କଟକ ସିଡିଏ ସେକ୍ଟର-୧୧ରେ ଥିବା ତାଙ୍କ ଘରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଗାରଡପୁର ଧାନମଣ୍ଡଳ ଅଂଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି । ଏବେ ଚଢାଉ ଜାରି ରହିଥିବା ବେଳେ କିଛି ସମୟ ପରେ ତାଙ୍କ ସମ୍ପତି ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି କୁହାଯାଉଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସପି, ୨ ଜଣ ଇନଷ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢାଉ କରିଛନ୍ତିି ।