ଉତ୍ତରାଖଣ୍ଡ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସିଛନ୍ତି ୫ ଓଡିଆ: ଶ୍ରମିକଙ୍କ ଭିତରେ ଅଛନ୍ତି ବାରିପଦାର ଧିରେନ ନାୟକ

149

କନକ ବ୍ୟୁରୋ: ଉତରକାଶୀରେ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଉପଜିଲ୍ଲାପାଳ ତୀର୍ଥପାଲ ସିଂହଙ୍କ ସୂଚନା । ସମସ୍ତ ଶ୍ରମିକଙ୍କ ସହ ପାଇପ୍ଯୋଗେ କରାଯାଉଛି ଯୋଗାଯୋଗ । ଫସିରହିଥିବା ଶ୍ରମିକଙ୍କୁ ଅକ୍ସିଜେନ୍ ସମେତ ଖାଦ୍ୟ- ପାନୀୟ ଯୋଗାଇ ଦିଆଯାଉଛି । ମାଟି ଅତଡା ସବୁ କଢାଯିବାର କାମ ଜୋରଦାର ଜାରି ରହିଛି । ସନ୍ଧ୍ୟାସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରିନିଆଯିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ ।

ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ୫ ଜଣ ଓଡିଆ ଶ୍ରମିକ । ଓଡିଆ ଶ୍ରମିକ ଫସି ରହିଥିବା ସୂଚନା ଦେଲେ ଉତରକାଶୀ ଏସ୍ପି । ସେମାନେ ହେଲେ ନବରଙ୍ଗପୁରର ଭଗବାନ ଭତ୍ରା, ମୟୁରଭଂଜର ବିଶ୍ୱେଶର ନାୟକ, କୂଳଡିହାର ରାଜୁ ନାୟକ, ବଡକୁଦାର ଧିରେନ୍ ଓ ଶଙ୍କର୍ଷଣପୁର ତପନ ମଣ୍ଡଳ । ରବିବାର ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ଏଥିରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ଜଣାପଡିଛି । ଆଉ ଫସିଥିବା ଶ୍ରମିକଙ୍କ ଭିତରେ ୫ ଓଡିଆ ଶ୍ରମିକ ରହିଛନ୍ତି । ଘଟଣାକୁ ୨୪ ଘଂଟା ବିତିଯାଇଥିଲେ ବି ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ତେବେ ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ରହିଛି । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଗତକାଲି ଠାରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୫୦ରୁ ଅଧିକ ଏନଡିଆରଏଫ ସହ, ଏସଡିଆରଏଫ ଏବଂ ଆଇଟିବିପିର ଯବାନଙ୍କୁ ମୁତୟନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଫଶିରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଂଚି ପାରିନାହାଁନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଉତରକାଶୀ ଏସପି ଅର୍ପଣ ଯଦୁବଂଶୀ କହିଛନ୍ତି । ଭୁଷୁଡିଥିବା ଟନେଲ ହେଉଛି ଚାର ଧାମ ଯାତ୍ରାର ସବୁଠୁ ବଡ଼ ଟନେଟ । ସାଢେ ୪ କିଲୋମିଟର ଦୁଇ ଲାଇନ ବିଶିଷ୍ଟ ଟନେଲର କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।