କନକ ବ୍ୟୁରୋ : ରାଜ୍ୟରେ ଆଜି ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଚିହ୍ନଟ ହୋଇଥିବା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟର ଅନୁଧ୍ୟାନ ଚାଲୁଥିବା ନେଇ ସୂଚନା ଦେଇଛି ଆଇଏଲଏସ ।

Advertisment

ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ପ୍ରଥମେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନାଇଜେରିଆ ଓ କତାର ଫେରନ୍ତା ଦୁଇ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।