କନକ ବ୍ୟୁରୋ: ବଢିଲା ଅଜିତ୍ ପାୱାରଙ୍କ ଅଡୁଆ । ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ର କିଛି ବିଧାୟକ ଦଳ ଛାଡି ଶରଦଙ୍କ ଗୋଷ୍ଠୀରେ ମିଶୁଥିବା ନେଇ ଚର୍ଚ୍ଚା ଭିତରେ, ଆଜି ଦଳର ବୈଠକରେ ଯୋଗ ଦେଇନାହାଁନ୍ତି ୫ ଜଣ ବିଧାୟକ । ତେବେ ଅଜିତ୍ ପାୱାର ନିଜ ବିଧାୟକଙ୍କୁ ନେଇ ଗୁରୁବାର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଦଳର ୫ ଜଣ ବିଧାୟକ ଅନୁପସ୍ଥିତ ରହିଛନ୍ତି ।
କୁହାଯାଉଛି, ଅଜିତ୍ ପାୱାର ଗୋଷ୍ଠୀର କିଛି ବିଧାୟକ ବର୍ତ୍ତମାନ ଶରଦ ପାୱାର ଗୋଷ୍ଠୀ ସହ ସମ୍ପର୍କରେ ଅଛନ୍ତି । ଆଉ ଆଗାମୀ କିଛି ଦିନ ଭିତରେ ଏମାନେ ପଟ୍ଟ ପରିବର୍ତ୍ତନ କରିପାରନ୍ତି । ତେବେ ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାରୁ, ଅଜିତଙ୍କ ଟେନସନ୍ ଏବେ ବଢିବା ଆରମ୍ଭ କରିଛି । ଅନ୍ୟପଟେ ଅଜିତ୍ ପାୱାର କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ୫ ଜଣ ବିଧାୟକ ଅନୁପସ୍ଥିତ ରହିଛନ୍ତି । ୫ ଜଣ ବିଧାୟକଙ୍କ ଭିତରୁ କେହି ବି ବିଧାୟକ ଶରଦ ପାୱାର ଗୋଷ୍ଠୀ ସହ ସମ୍ପର୍କରେ ନାହାଁନ୍ତି ।
ସୂଚନାଯୋଗ୍ୟ ଯେ, ଅଜିତ୍ ପାୱାର ଗୋଷ୍ଠୀରେ ବର୍ତ୍ତମାନ ୪୦ ଜଣ ବିଧାୟକ ଥିବାବେଳେ, ସେମାନଙ୍କ ଭିତରୁ କିଛି ବିଧାୟକ ପଟ୍ଟ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା ଭିତରେ ଅଜିତ୍ ପାୱାର ଗୁରୁବାର ଦଳର ବିଧାୟକଙ୍କୁ ନେଇ ଏକ ବୈଠକ କରିଥିଲେ । ଯେଉଁଥିରେ ୫ ଜଣ ବିଧାୟକ ଅନୁପସ୍ଥିତ ରହିବା, ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/ajit-pawar-amey.jpg)