ମାଲକାନଗିରି ସୀମାରେ ଟଳିଲେ ୫ ନକ୍ସଲ । କମ୍ବିଂ ଅପରେସନ ବେଳେ ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ନିପାତ ହେଲେ ନକ୍ସଲ ।

345

କନକ ବ୍ୟୁରୋ: ମାଲକାନଗିରି ସୀମାରେ ରବିବାର ୫ ମାଓବାଦୀ ନିହତ ହୋଇଛନ୍ତି । ବିଶାଖାପାଟଣା ଜିଲ୍ଲା ମାଡିଗାମାଲ୍ଲି ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ୫ ମାଓବାଦୀ ଟଳି ପଡ଼ିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୫ ମାଓବାଦୀଙ୍କ ମୃତଦେହ ବି ମିଳିଛି।

କାଲିମେଳା ଥାନା ସୀମାରେ ମାଡିଗାମାଲ୍ଲି ଗାଁ ଅବସ୍ଥିତ। ଗାଁକୁ ଲାଗିଥିବା ମାଡିଗାମାଲ୍ଲି ଜଙ୍ଗଲରେ ଆଜି ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିର ସାମ୍ନା ନକରି ପାରି ୫ ମାଓବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ଅନ୍ୟମାନେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି।

ମାଲକାନଗିରି କାଲିମେଳାର ମାଡ଼ିଗାମାଲ୍ଲି ଜଙ୍ଗଲ । ଲାଲଗଡ଼ର ଏହି ଘଂଚ ଜଙ୍ଗଲ ଭିତରେ ଚାଲିଥିଲା ନକ୍ସଲ ଶିବିର । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅନ୍ଧାର ରାତିରେ ଶିବିରକୁ ଘେରି ଯାଇଥିଲେ ସୁରକ୍ଷା ବାହିନୀ । ଭୋର ହେବା ମାତ୍ରେ ଡିଭିଏଫ୍, ଏସଓଜିଙ୍କ ସହ ଏବଂ ଆନ୍ଧ୍ର ଗ୍ରେହାଉଣ୍ଡ ଆରମ୍ଭ କରିଦେଲେ ମିଳିତ ଅପରେସନ୍ । ଏନକାଉଂଟର ଏତେ ଭୟଙ୍କର ଥିଲା ଯେ ତାକୁ ପ୍ରତିରୋଧ କରିବାକୁ ବାଟ ପାଇନଥିଲେ ମାଓବାଦୀ । ଚାରିପଟୁ ଗୁଳି ବର୍ଷା କରିଥିଲା ପୋଲିସ । ମାଓବାଦୀମାନେ କାଉଁଟର ଆଟାକ୍ କରିଥିଲେ ବି ଭାରି ପଡିଥିଲା ପୋଲିସର ଆକ୍ରମଣ । ଏନକାଉଁଟରରେ ଟଳି ପଡିଥିଲେ ୫ ନକ୍ସଲ ।