କନକ ବ୍ୟୁରୋ: ଚଳିତ ନିର୍ବାଚନରେ ନିର୍ବାଚନ ଲଢିବେ ବିଜେଡିର ୫ ରାଜ୍ୟସଭା ସାଂସଦ । ଏମାନଙ୍କ ମଧ୍ୟରୁ ୩ ଜଣ ଲୋକସଭା ଆସନରେ ପ୍ରତିଯୋଗିତା କରୁଥିବାବେଳେ ୨ଜଣ ବିଧାନସଭା ନିର୍ବାଚନ ମୈଦାନରେ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ ବରଗଡ ଲୋକସଭା ଆସନରୁ ଲଢୁଛନ୍ତି । ଏହି ଆସନରେ ପ୍ରସନ୍ନଙ୍କ ଟକ୍କର ବିଜେପିର ସୁରେଶ ପୂଜାରୀଙ୍କ ସହ ହେବ ।
ଅଚ୍ୟୁତ ସାମନ୍ତ କନ୍ଧମାଳରୁ ଲଢୁଥିବାବେଳେ ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକସଭା ଆସନରୁ ଲଢୁଛନ୍ତି । କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ଅନୁଭବ । କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଟକ୍କର ଦେବେ ଖାରବେଳ ସ୍ୱାଇଁ । ସେହିଭଳି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡା ବିଧାନସଭା ଆସନରୁ ଲଢୁଛନ୍ତି । ପ୍ରତାପ ଦେବ ଆଳି ବିଧାନସଭା ଆସନରୁ ପୁଣି ପ୍ରାର୍ଥୀ ହୋଇଛନ୍ତି । ଏଠାରୁ ସେ ଗତଥର ନିର୍ବାଚନ ଲଢି କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/BIDHANSABHA.jpg)
/kanak/media/post_attachments/wp-content/uploads/2019/03/achyuta-samanata-750x430-300x172.jpg)