ଦେଶର ୫ ଦାମୀ ଘର: ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ 

655

କନକ ବ୍ୟୁରୋ: ବଡ ଓ ସୁନ୍ଦର ଘରେ ରହିବାକୁ ସମସ୍ତେ ପସନ୍ଦ କରନ୍ତି । ଆଉ ଏଭଳି ଏକ ସୁନ୍ଦର ଘର କରିବାକୁ ସମସ୍ତେ ପରିଶ୍ରମ କରିଥାନ୍ତି । ଆଉ ନିଜ ପରିଶ୍ରମ ବଳରେ ଏମିତି ଅନେକ ଟଙ୍କା ଖର୍ଚ୍ଚ କରି ବଲ୍ଡିଂ ତିଆରି କରିଥାନ୍ତି । ଆଉ ଆମେ ଆଜି ଆପଣଙ୍କୁ ଦେଶର ସେମିତି କିଛି ଘର ବିଷୟରେ କହିବୁ, ଯାହାର ଦାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଣ୍ଟିଲିଆ 

ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିଆ । ଏଣ୍ଟିଲିଆ କେବଳ ଭାରତର ନୁହେଁ ସାରା ବିଶ୍ୱର ଦାମୀ ଘର ମଧ୍ୟରୁ ଗୋଟିଏ । ମୁକେଶ ଅମ୍ବାନୀଙ୍କ ଏହି ଘର ୪ଲକ୍ଷ ସ୍କୋୟାର ଫୁଟ ଜାଗାରେ ତିଆରି ହୋଇଛି । ଆଉ ଏହାର ଜମ ୭୩୩୭ କୋଟି ଟଙ୍କା । ଏହି ଘରେ ୩୭ଟି ଫ୍ଲୋର ରହିଛି, ଯେଉଁଥିରେ ୬ଟି ପାର୍କିଂ ରହିଛି । ଆଉ ସମସ୍ତ ସୌକିନ ସୁବିଧା ଏହି ଘରେ ରହିଛି ।

ଆବୋଡ

ସେହିପରି ଦ୍ୱିତୀୟରେ ରହିଛି ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅନିଲ ଅମ୍ବାନୀଙ୍କ ଘର । ଏକ ବିଜନେଓ ରିପୋର୍ଟ ଅନୁସାରେ ଏହି ଘରର ଦାମ ୫ ହଜାର କୋଟି ଟଙ୍କା । ଆଉ ଏହି ଘର ୬୬ ମହଲା ବିଶିଷ୍ଟ । ଏଠାରେ ସୁଇମିଂ ପୁଲ, ହେଲିପ୍ୟାଡ ସମେତ ଆହୁରି ଅନେତ ସୁବିଧା ରହିଛି ।

ୟୁଏସ କନସୋଲେଟ

ପୁନୱାଲା ଗ୍ରୁପର ଚେୟାରମ୍ୟାନ ସାୟରସ ପୁନୱାଲା ମୁମ୍ବାଇ ସ୍ଥିତ ଏହି ଘର ନିଲାମ ନେଇଥିଲେ । ସୂଚନା ଅନୁସାରେ ଏହି ଘରର ଦାମ ୭୫୦ କୋଟି ଟଙ୍କା । ଏହି ଘରର ଦେଶର ଦାମୀ ଘରର ଲିଷ୍ଟରେ ରହିଛି ।

ଜାଟିୟା ହାଉସ 

ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା ୨୦୧୫ରେ ଏହି ଘର ପାଇଁ ୪୨୫ କୋଟି ଟଙ୍କାର ନିଲାମ ଡାକିଥିଲେ । ଏହା ୩୦ ହଜାର ବର୍ଗ ଫୁଟ ଜାଗାରେ ତିଆରି ହୋଇଛି । ଏହି ଘର ମାହେଶ୍ୱରୀ ହାଉସର ରେକର୍ଡ ଭାଙ୍ଗିଥିଲା ଯାହା ୨୦୧୨ରେ ୪୦୦ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

ମନ୍ନତ 

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଘର ବି ଏହି ଲିଷ୍ଟରେ ରହିଛି । ଦୁନିଆର ୧୦ ଦାମୀ ଘର ମଧ୍ୟରେ ଶାହାରୁଖଙ୍କ ଏହି ଘର ରହିଛି । ଏକ ରିପୋର୍ଟ ଅନୁସାରେ ଶାହାରୁଖଙ୍କ ଏହି ଘରର ଦାମ ୨୦୦ କୋଟି ଟଙ୍କା ।