ଆଉ ୫ କରୋନା ପଜିଟିଭ: ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର; ସବୁ ନୂଆ ସକ୍ରମିତଙ୍କ ରହିଛି କଲିକତା ଲିଙ୍କ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି

Advertisment
ଚିନ୍ତା ବଢାଉଛି କଲିକତା ଲିଙ୍କ୍: ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି; କେଉଁ ଜିଲ୍ଲାରେ କଣ ରହିଛି କରୋନାର ସ୍ଥିତି

କନକ ବ୍ୟୁରୋ: ରାଜ୍ୟରେ ଆଉ ପାଂଚ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ସମସ୍ତ ଆକ୍ରାନ୍ତର ଯାଜପୁରର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଚିଂଛି । ଏବଂ ରାଜ୍ୟରେ ମୋଟ୍ କରୋନା ପଜିଟିଭଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ରହିଥିବା ବେଳେ ୨ ଜଣ ମହିଳା ରହିଛନ୍ତି । ସେହିଭଳି ଏମାନଙ୍କ ବୟସ ଯଥାକ୍ରମେ ୨୪ରୁ ୬୩ ବର୍ଷ ବୟସ ମଧ୍ୟରେ ରହିଛି । ନୂଆ ଆକ୍ରାନ୍ତଙ୍କ ଭିତରେ ଜଣେ ୨୪ ବର୍ଷୀୟ ଯୁବକ, ୨୮ ବର୍ଷୀୟ ଯୁବକ ଏବଂ ଜଣେ ୫୬ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ଏମାନଙ୍କ ମଧ୍ୟରେ ଯେଉଁ ଦୁଇ ଜଣ ମହିଳା ଚିହ୍ନଟ ହୋଇଛନ୍ତି ସେମାନଙ୍କ ବୟସ ଯଥାକ୍ରମେ ୨୪ ଏବଂ ଜଣେ ୬୦ ବର୍ଷୀୟା ମହିଳା ଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

publive-image

ଅନ୍ୟପଟେ ଆଜି ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତଙ୍କ ରହିଛି କଲିକତା ଲିଙ୍କ । ଏବଂ ଏମାନଙ୍କଠାରେ କରୋନାର କୌଣସି ଲକ୍ଷମ ଦେଖାଯାଇନଥିବା ବେଳେ ସମସ୍ତେ କ୍ୱାରେଂଟିନରେ ଥିବା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେକରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମାନଙ୍କର ଗସ୍ତ ଇତିହାସ ଓ କଂଟାକ୍ଟ ଟ୍ରେସିଂ ଖୋଜିବା ଆରମ୍ଭ ହୋଇଛି । କରୋନା ଭୂତାଣୁ ସଂକ୍ରମଣରେ ୫୫ ଜଣ ଭଲ ହୋଇଥିବା ବେଳେ ୯୮ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଗୋଟିଏ ଦିନରେ ୬ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ବଲାଙ୍ଗୀରରୁ ପ୍ରଥମ ଥର ପାଇଁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe