ରାଜ୍ୟରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି; ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

1,305

କନକ ବ୍ୟୁରୋ: ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ତେବେ  ଏବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୩ ଥିବା ବେଳେ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେହିପରି ରାଜ୍ୟରେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ୨୦ ଏପ୍ରିଲ ଅର୍ଥାତ୍ ଗତକାଲି ସୁଦ୍ଧା ରାଜ୍ୟରେ ୧୧ ହଜାର ୭ଶହ ୪୮ଟି ନମୁନା ପରୀକ୍ଷା କରାଯାଇଛି । ୪ ହଜାର ୮୬୧ଟି ରାପିଡ୍ ଆଂଟିବଡି ଟେଷ୍ଟ କରାଯାଇଛି । ଏହାରି ଭିତରେ ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଭିନ୍ନ ଜିଲ୍ଲା ଓ ଭୁବନେଶ୍ୱରକୁ ମିଶାଇ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଚିନ୍ତା ଜନକ ବିଷୟ ହେଉଛି , ଗତ ୪୮ ଘଂଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସକାଳ ପ୍ରଥମେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେଥିମଧ୍ୟରୁ ଯାଜପୁର ଓ ଭଦକ୍ରରୁ ୫ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ବରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଚିହ୍ନଟ ହୋଇଥିଲେ। ବାଲେଶ୍ବରରେ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ୨ବର୍ଷର ଶିଶୁ ରହିଥିଲା । ଏହାକୁ ମିଶାଇ ରାଜ୍ୟରେ କ‌ରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଥିଲା । ତେବେ ଆଜି ପୁଣି ରାଜ୍ୟରେ ନୂଆ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି ।