ବ୍ଲାକ୍ ଫଙ୍ଗସ୍ ଭୁତାଣୁକୁ ନେଇ ଆକ୍ସନ ମୋଡରେ ସରକାର । ଔଷଧ ପ୍ରସ୍ତୁତ କରିବାକୁ ୫ ଟି ଫାର୍ମା କମ୍ପାନୀକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

130

କନକ ବ୍ୟୁରୋ : ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଭୁତାଣୁ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଏମ୍ଫୋଟେରିସିନ୍ ଔଷଧ ପ୍ରସ୍ତୁତ କରିବାକୁ ୫ ଟି ଫର୍ମା କମ୍ପାନୀକୁ ମଞ୍ଚୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମଣ୍ଡଭିୟା ତାଙ୍କ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏହାଦ୍ୱାରା ଦେଶରେ ବ୍ଲାକ ପଙ୍ଗସ ବିରୋଧୀ ଲଢେଇରେ ଆବଶ୍ୟକ ହେଉଥିବା ଔଷଧ ଅଭାବ ପୂରଣ ହେବ ।

ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଏହି ୫ ଟି କମ୍ପାନୀକୁ ଏମ୍ଫୋଟେରିସନ୍ ମେଡିସିନ ପ୍ରସ୍ତୁତ କରିବାକୁ ୩ ଦିନ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାସହ ଏହି ପୂର୍ବରୁ ଏହି ମେଡିସିନ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ବି ପୂର୍ବଭଳି ମେଡିସିନ ପ୍ରସ୍ତୁତ ଚାଲୁ ରଖିଛନ୍ତି ।

କହିରଖୁ କି ବ୍ଲାକ ଫଙ୍ଗସକୁ ନେଇ କିଛି ଡାକ୍ତରମାନେ ମତ ଦେଇଛନ୍ତି କି, କରୋନା ସଂକ୍ରମିତଙ୍କ ଚିକିତ୍ସା ବେଳେ ମାତ୍ରାଧିକ ଷ୍ଟେରଏଡ ବ୍ୟବହାର ଦ୍ୱାରା ବ୍ଲାକ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଉଛି । କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ବା ସଂକ୍ରମିତ ପରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ଏହି ଭୂତାଣୁ ଦେଖା ଦେଉଛି ।

ବଢୁଥିବା ବ୍ଲାକ ଫଙ୍ଗସ ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏହି ରୋଗକୁ ମହାମାରୀ ଭାବେ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଦେଖିିବାକୁ ମିଳିଛି କି ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧର ଏବେ ଅଭାବ ପରିଲକ୍ଷିତ ହେଉଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଆଉ ୫ ଟି ଫର୍ମା କମ୍ପାନୀକୁ ଏହାର ଔଷଧ ପ୍ରସ୍ତୁତ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।