ଦିଲ୍ଲୀ ହିଂସା : ଆଇବି କର୍ମୀ ଅଙ୍କିତ୍ ଶର୍ମାଙ୍କ ହତ୍ୟାକାଣ୍ଡରେ ଗିରଫ ହେଲେ ୫ ଅଭିଯୁକ୍ତ , ଅନ୍ୟ ୨ ଅଭିିଯୁକ୍ତଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ୍ ।

484

ଦିଲ୍ଲୀ ହିଂସା ସମୟରେ ଆଇବି କର୍ମୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ୫ ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନାଁ ଫିରୋଜ୍ , ଜାବେଦ୍ , ଗୁଲଫାମ୍ ଏବଂ ଶୋଏବ୍ ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଚାନ୍ଦବାଗ୍ ଅଞ୍ଚଳର ବୋଲି ଜଣାପଡିଛି । ଏହାସହ ଅନସ୍ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ଯେ ମୁସ୍ତଫାବାଦ୍ ର ରହୁଥିବାର ଜଣାପଡିଛି । ଏହା ପୂର୍ବରୁ ସଲମାନ୍ ନାମକ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅଙ୍କିତ୍ ହତ୍ୟାକାଣ୍ଡରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ସବୁ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ୍ ଜରିଆରେ ଗିରଫ କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଏହି ହତ୍ୟାକାଣ୍ଡରେ ପାଖାପାଖି ୧୦ ରୁ ୧୨ ଜଣ ଲୋକ ସାମିଲ୍ ଅଛନ୍ତି ।

ତେବେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ସ୍କେଚ୍ ପ୍ରସ୍ତୁତ କରି ପୋଲିସ୍ ଛାନଭିନ୍ ଜାରି ରଖିଛି । ଆପ୍ ରୁ ବାହାର କରାଯାଇଥିବା ନେତା ତାହିର୍ ହୁସେନ୍ ଙ୍କୁ ମଧ୍ୟ ଜେରା କରାଯାଉଛି । ତାହିରଙ୍କୁ ବି ଗିରଫ କରିବାର ସମ୍ଭାବନା ରହିଛି । ପୋଲିସ୍ ଙ୍କ କହିବାନୁସାରେ , ହିଂସା ମାମଲାରେ ୨,୧୬୨ ଟି ଭିଡିଓ ଫୁଟେଜ୍ ଜନତାଙ୍କ ପକ୍ଷରୁ ପୋଲିସ୍ ଙ୍କୁ ମିଳିଛି । ଯେଉଁଥିରୁ ୧୩୩୦ ଟି ଗୁରୁତ୍ୱପୂର୍ଣ୍ଣ ଭିଡିଓ ରହିଛି ।