ରଦ୍ଦ ହୋଇପାରେ ୫ ବିଧାୟକଙ୍କ ସଭ୍ୟ ପଦ! ଦଳ ଛାଡିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କଲା ବିଜେଡି

ରଦ୍ଦ ହୋଇପାରେ ୫ ବିଧାୟକଙ୍କ ସଭ୍ୟ ପଦ! ଦଳ ଛାଡିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କଲା ବିଜେଡି

କନକ ବ୍ୟୁରୋ : ମହଙ୍ଗା ପଡିପାରେ ଦଳ ପରିବର୍ତ୍ତନ  । ଆଯୋଗ୍ୟ ଘୋଷିତ ହେବେ ୫ଜଣ ବିଜେଡି ବିଧାୟକ । ଏମାନଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ବାଚସ୍ପତିଙ୍କ ନିକଟରେ ଆବେଦନ କରିଛି ବିଜେଡି । ନିକଟରେ ଦଳ ଛାଡିଥିବା ୫ଜଣ ବିଧାୟକ ଆସିକାର ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଏବଂ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକଙ୍କ ତାଲିକା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ।

ଏହି ୫ ବିଧାୟକ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଲୋକମତକୁ ପ୍ରତ୍ୟାଖାନ କରିବା ସହ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଏମାନଙ୍କର ସଭ୍ୟ ପଦ ରଦ୍ଦ କରିବାକୁ ପିଟିସନ ଦେଇଥିବା କହିଛନ୍ତି ଅମର । ସାମ୍ବାଧାନିକ ବ୍ୟବସ୍ଥା ଅନୁଯାୟୀ, ସ୍ୱେଚ୍ଛାକୃତ ଭାବେ ଦଳ ଛାଡିଲେ ବିଧାୟକ ମାନଙ୍କର ସଭ୍ୟ ପଦ ରଦ୍ଦ ହୋଇଥାଏ । ତେବେ ଏହାକୁ ନେଇ ବାଚସ୍ପତି କହିଛନ୍ତି , ଆବେଦନର ତର୍ଜମା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe