ଗାଁ ଲୋକ ଦେଖାଇଲେ ଅଦମ୍ୟ ସାହସ, ଡକାୟତଙ୍କୁ କାବୁ କଲା ଲୋଇସିଂହା ପୁଲିସ୍

301
କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ୫ଜଣିଆ ଡ଼କାୟତ ଦଳ ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ଦୁର୍ବୃତ । ଖବର ପାଇ ଲୋଇସିଂହ ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି ।
ଡକାୟତ କହୁଛି ହଟି ଯାଅ, ନହେଲେ ଗୁଳିମାରି ଜୀବନରୁ ସଫା କରିଦେବ । ଆଉ ଗାଁର କିଛି ଯୁବକ ପଥର ଧରି ଘେରି ରହିଛନ୍ତି । କହୁଛନ୍ତି ବନ୍ଧୁକ ପକାଇ, ସରେଣ୍ଡର କର । ନହେଲେ କେତେ ଲୋକଙ୍କୁ ମାରିବ ଦେଖିବୁ । ଗାଁ ଲୋକ ଓ ଡକାୟତଙ୍କ ମୁହାଁମୁହିଁ ଭିତରେ ଡକାୟତଙ୍କୁ କାବୁ କରିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଏବଂ ସାଲୋଭଟା ଥାନା ପୁଲିସ୍ ।
ବଲାଙ୍ଗିର ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ଏଭଳି ମୁହାଁମୁହିଁ ହୋଇଥିଲେ ଡାକାୟତ ଏବଂ ଗାଁ ଲୋକ । ୫ଜଣିଆ ଡ଼କାୟତ ଦଳ ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଏବଂ ଲାପ୍ଟପ୍ ବ୍ୟାଗ୍ରେ ଥିବା ୩୫ ହଜାର ଟଙ୍କା ଲୁଟ୍ କରି ଫେରାର ହେଉଥିଲେ ଦୁର୍ବୃତ । ଖବର ପାଇ ଲୋଇସିଂହା ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା । ଡକାୟତମାନେ ଫେରାର୍ ହେବା ସମୟରେ ପୋଲିସ ଏବଂ କୁଟାସିଂହା ଗାଁ ଲୋକେ ଘେରାବନ୍ଦୀ ଡକାୟତଙ୍କୁ ଧରିଛନ୍ତି ।
ସ୍ଥାନୀୟ ବାସିନ୍ଦା ଓ ପୁଲିସ୍ର ମିଳିତ ଭାବେ ଡକାୟତଙ୍କୁ ଜବାବ୍ ଦେବା ପରେ ଡ଼କାୟତ ମାନେ ପିସ୍ତଲ୍ ଫିଙ୍ଗି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଡକାୟତି ଘଟଣାରେ ଦୁଇଜଣ ଫେରାର ହୋଇଥିବା ବେଳେ ୩ଜଣ ଡ଼କାୟତଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖାଯାଇଛି ।