କନକ ବ୍ୟୁରୋ : ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାରରୁ ଜଣକୁ ଚାକିରୀ ଏବଂ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ସମସ୍ତ ଦୁବୃର୍ତଙ୍କୁ ଗିରଫ କରା । ତାପରେ ହେବ ଶବ ଦାହ । ଏପରି ଦାବି ନେଇ ରାଜସ୍ଥାନରେ ପୂଜାରୀଙ୍କୁ ଜିଅନ୍ତା ଜାଳି ମାରିଦେବା ଘଟଣାରେ ଶବ ସଂସ୍କାର କରିବାକୁ ମନା କରିଦେଇଛନ୍ତି ମୃତ ପୂଜକଙ୍କ ପରିବାର ଏବଂ ଗ୍ରାମବାସୀ । ଘଟଣାରେ ସଂପୃକ୍ତ ଲୋକଙ୍କ ଗିରଫଦାରୀ ସହ ପୂଜାରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଟଳ ଅଛନ୍ତି ଗ୍ରାମବାସୀ ।
ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ରାଜସ୍ଥାନର କରୋଲୀରେ ଦୁର୍ବୃତ୍ତ ଏପରି ଅମାନୁଷିକ କାଣ୍ଡ ଘଟାଇଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ପୂଜାରୀଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ । ଏହା ପରେ ନିଆଁ ଲଗାଇ ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ଜୟପୁରର ସବାଇ ମାନସିଂ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୂଜାରୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାଜସ୍ଥାନ ରାଜନୀତି ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/40-4.jpg)