କନକ ବ୍ୟୁରୋ : ରୋଜଗାର ପାଇଁ ସାଉଦିଆରବ ଗଲେ । କିନ୍ତୁ ତିନି ମାସ ଧରି କାମ କରିବା ପରେ ବି କମ୍ପାନୀ ଦରମା ଦେଇନଥିବା ଅଭିଯୋଗ କରିଛନ୍ତି ଓଡିଆ ଶ୍ରମିକ । ମିଳିଥିବା ସୂଚନା ଅନୁଯାୟା ମୋଟ୍ ଯାଜପୁରର ୫ ଓଡିଆ ଶ୍ରମିକ ଫଶିଥିବା ସୂଚନା ରହିଛି ।

Advertisment

ଶେଖ ନୌସିଦ୍ ଅଲାମ ଏବେ ଶେଖ ଅବୁ ଖଲିଦ କରିଧପଦ ପଂଚାୟତର ରହିଥିବା ବେଳେ ଏସ କେ ଜଲାଲୁଦ୍ଦିନ, ଏସ କେ ଇମ୍ରାନ୍, ଏସ କେ ସଲମାନ ବରୁଣୱ ପଂଚାୟତର ବୋଲି ଜଣାପଡିଛି । କମ୍ପାନୀ ଦରମା ଦେଉନଥିବାରୁ ବହୁ ଅସୁବିଧାରେ ରହିଥିବା ସୂଚନା ରହିଛି । ୫ ଶ୍ରମିକଙ୍କ ମଧ୍ୟରୁ ଏସ କେ ସଲମାନଙ୍କ ଗୋଡ ଭାଙ୍ଗିଯାଇଛି । ଚିକିତ୍ସାରେ ଅସୁବିଧା ହେଉଛି ଏମିତିକି ଗୁଜୁରାଣ ମେଂଟାଇବାକୁ ଅର୍ଥର ଅଭାବ ରହିଛି ବୋଲି ଭିଡିଓ ଜାରି କରି କହିଛନ୍ତି । ତାଙ୍କୁ ତୁରନ୍ତ ଦୁବାଇରୁ ଫେରାଇ ଆଣିବାରୁ ନିବେଦନ କରିଛନ୍ତି ।