କୋରାପୁଟ ଆନ୍ଧ୍ରସୀମା କିଟୁଆକାନ୍ତି ଜଙ୍ଗଲରେ ଡିଭିଏଫ୍-ଏସଓଜିର କମ୍ବିଂ ଅପରେସନ, ଏନକାଉଣ୍ଟରରେ ୫ ମାଓବାଦୀ ନିହତ ।

80

କନକ ବ୍ୟୁରୋ: ପୁଲିସକୁ ବଡ଼ ସଫଳତା । କୋରାପୁଟ ଆନ୍ଧ୍ରସୀମା ପାଦୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ଏନକାଉଣ୍ଟରରେ ୫ ନକ୍ସଲ ମୃତ । ସୂଚନା ମୁତାବକ ଡିଭିଏଫ୍, ଏସଓଜି ପକ୍ଷରୁ କମ୍ବିଂ ଅପରେସନ ବେଳେ ଏନକାଣ୍ଟର ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ମୃତ ମାଓବାଦୀଙ୍କ ଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏସପି କନୱାର ବିଶାଳ ସିଂହ ସୂଚନା ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା କି, ଏନକାଉଣ୍ଟର ହୋଇଥିବା ଏହି ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା କହିଛନ୍ତି ଏସପି । ତେବେ ଲାଲଗଡ଼ରେ ମାଓ ଉପଦ୍ରବକୁ ରୋକିବା ପାଇଁ ସର୍ବଦା ଆକ୍ଟିଭ୍ ମୋଡରେ ଥାଏ ପୋଲିସ । କିନ୍ତୁ ଡିଭିଏଫ୍, ଏସଓଜି ପକ୍ଷରୁ ମିଳିତ କମ୍ବିଂ ଅପରେସନରେ ଏହି ବଡ଼ ସଫଳତା ହାତରେ ଲାଗିଛି ବୋଲି କହିଛନ୍ତି କୋରାପୁଟ ଏସପି ।