ବିଲେଇ ପାଇଁ ଚାଲିଗଲା ୫ ଜୀବନ । ଗୋବର ଗ୍ୟାସ୍ ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ୫ ମୃତ, ଜଣେ ଗୁରୁତର

1,091

କନକ ବ୍ୟୁରୋ : ବିଲେଇ ପାଇଁ ଚାଲିଗଲା ୫ ଜୀବନ । ମହାରାଷ୍ଟ୍ର ଅହମ୍ମଦ ନଗରରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏକ ବିରାଡି ଗୋବର ଗ୍ୟାସ ୍ ଚାମ୍ବରରେ ପଡ଼ିଯିବା ପରେ ଏହାକୁ ଉଦ୍ଧାର କରିବା ପାଇଁ ୬ ଜଣ ବ୍ୟକ୍ତି ଟାଙ୍କି ମଧ୍ୟକୁ ଯାଇଥିଲେ ।

ତେବେ ଟାଙ୍କିରେ ଶ୍ୱାସରୁଦ୍ଧ ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୋଲିସ ସହାୟତାରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେତେବେଳକୁ ୫ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ମୃତକ ହେଲେ ଗୋବିନ୍ଦ କାଲେ, ସନ୍ଦିପ ମାଣିକ କାଲେ, ଅନିଲ ବାପୁରାବ କାଲେ, ବିଶାଲ ଅନିଲ କାଲେ ଏବଂ ବାବାସାହେବ ପବାର । କେବଳ ଜଣେ ବ୍ୟକ୍ତି ଅଣ୍ଟାରେ ଦଉଡ଼ି ବାନ୍ଧି ଟାଙ୍କିକୁ ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତରକାନାରେ ଚିକିତ୍ସା ଚାଲିଛି ।