କନକ ବ୍ୟୁରୋ : ବାରିପଦା ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ । ବସ୍‌ ଡ୍ରାଇଭରଙ୍କ ସମେତ ୨ ଜଣ ମୃତ୍ୟୁ ହୋଇଛି । ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାରିପଦା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ପାରାଦୀପରୁ ବି ଆସିଲା ଦୁର୍ଘଟଣାର ଖବର । ହୋମଗାର୍ଡଙ୍କୁ ଚାପି ଦେଲା ମାଲବାହୀ ଟ୍ରକ। ଘଟଣାସ୍ଥଳରେ ହୋମଗାର୍ଡ ମୃତ ହୋଇଛି। ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଡ୍ୟୁଟି କରିବା ବେଳେ ଘଟିଛି ଦୁର୍ଘଟଣା। ପାରାଦୀପ ଲକ୍ ଥାନା ଅଧୀନ ଦୋଛକି ଠାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ବିଳମ୍ବିତ ରାତ୍ରୀରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଡ୍ୟୁଟିରେ ଥିଲେ। ଏହି ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ବାଲିଡିଆ ଗ୍ରାମବାସୀ। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ କରୁଛନ୍ତି ଉଦ୍ୟମ।

ସେପଟେ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଧୀନ ବେଲେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତିରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଖବରପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି । ୨ ଜଣ ବିଳମ୍ବିତ ରାତିରେ କୌଣସି କାମରେ ବନମାଳୀପୁର ଅଭିମୁଖେ ଫେରୁଥିଲେ । ଏହି ସମୟରେ ଦୁର୍ଘଟଣା ।