ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ପୋଲିସ

ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ପୋଲିସ

କନକ ବ୍ୟୁରୋ: ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ କଲା ପୋଲିସ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ଦୁଇଟି ପଲସର ବାଇକ ମଧ୍ୟ ଜବତ କରାଯାଇଛି । ଟୋଲଗେଟରେ ଯାଞ୍ଚ ବେଳେ ଗାଡି ଅଟକାଇନଥିଲେ ସମ୍ପୃକ୍ତ ଯୁବକ । ପୋଲିସ ସନ୍ଦେହ କରି ତାଙ୍କ ପିଛା କରିଥିଲା । ତରାକଜ ଛକ ନିକଟରେ ୨ ଜଣଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲା ପୋଲିସ ।

ପିପିଲିରେ ଉପ ନିର୍ବାଚନ ପାଇଁ ଚାଲିଛି ଜୋରଦାର ଚେକିଂ । ଛକ ଛକରେ ପଇଁତରା ମାରୁଛି ପୋଲିସ । ଏହାରି ଭିତରେ ଦୁଇ ଜଣ ଯୁବକଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଏତେ ଟଙ୍କା କେଉଁଠୁ ଆସିଲା ଆଉ ଟଙ୍କା କୁଆଡେ ଯାଉଥିଲା ସେ ନେଇ ପଚରା ଉଚରା ଜାରି ରଖିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe