କନକ ବ୍ୟୁରୋ: ପିପିଲିରେ ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ କଲା ପୋଲିସ । ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ଦୁଇଟି ପଲସର ବାଇକ ମଧ୍ୟ ଜବତ କରାଯାଇଛି । ଟୋଲଗେଟରେ ଯାଞ୍ଚ ବେଳେ ଗାଡି ଅଟକାଇନଥିଲେ ସମ୍ପୃକ୍ତ ଯୁବକ । ପୋଲିସ ସନ୍ଦେହ କରି ତାଙ୍କ ପିଛା କରିଥିଲା । ତରାକଜ ଛକ ନିକଟରେ ୨ ଜଣଙ୍କୁ ଧରିବା ସହ ଟଙ୍କା ଜବତ କରିଥିଲା ପୋଲିସ ।
ପିପିଲିରେ ଉପ ନିର୍ବାଚନ ପାଇଁ ଚାଲିଛି ଜୋରଦାର ଚେକିଂ । ଛକ ଛକରେ ପଇଁତରା ମାରୁଛି ପୋଲିସ । ଏହାରି ଭିତରେ ଦୁଇ ଜଣ ଯୁବକଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଏତେ ଟଙ୍କା କେଉଁଠୁ ଆସିଲା ଆଉ ଟଙ୍କା କୁଆଡେ ଯାଉଥିଲା ସେ ନେଇ ପଚରା ଉଚରା ଜାରି ରଖିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/41.jpg)