କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଯୁବବର୍ଗଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ମୋଦୀ ସରକାର ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଦେଶର ଏକ ସରକାରୀ ଯୋଜନା ଅଧୀନରେ ବିଶ୍ବବିଦ୍ୟାଳୟ ଓ କଲେଜରେ ପାଠପଢ଼ୁଥିବା ପାଞ୍ଚ ଲକ୍ଷ୍ୟ ଯୁବକଯୁବତୀ (ଅଣ ବୈଷୟିକ)ଙ୍କୁ ବିଭିନ୍ନ କ୍ଷେତ୍ରରେ କାମ କରିବାର ସୁଯୋଗ ପ୍ରଦାନ କରାଯିବ। ୨୦୧୯ ଜୁଲାଇ ମାସରୁ ଏହି ଯୋଜନା ଆରମ୍ଭ କରାଯିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶର ୧୫୩୩ଟି ଅଣ ବୈଷୟିକ ବିଶ୍ବବିଦ୍ୟାଳୟର ୯.୨୫ ଲକ୍ଷ ଛାତ୍ରଛାତ୍ରୀ ସର୍ବାଧିକ ଛଅ ମାସର ଇଣ୍ଟର୍ନସିପ୍ କରିବାକୁ ପଞ୍ଜୀକରଣ କରିଛନ୍ତି। ସ୍କିମ୍ ଫର ହାୟର ଏଜୁକେସନ ଫର ଆପ୍ରେଣ୍ଟିସିପ୍ ଆଣ୍ଡ୍ ସ୍କିଲସ୍ (ଶ୍ରେୟାସ) ନାମରେ ଏହି ସ୍କିମ୍ ଆରମ୍ଭ କରାଯାଇଛି।

Advertisment

publive-imageଏଥିରେ ପଞ୍ଜୀକରଣ କରିବାର ଶେଷ ତାରିଖ ମାର୍ଚ ୨୫ ଥିଲା। ଏହା ହେଉଛି ଏ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ କୌଶଳ ବିକାଶ କାର୍ଯ୍ୟକ୍ରମ। ଏଥିରେ ପ୍ରତି ମାସରେ ଯୁବକଯୁବତୀଙ୍କୁ ୬୦୦୦ ଟଙ୍କାର ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ। ଏହା ବ୍ୟତୀତ ସରକାର ପ୍ରତିଦିନ କିଛି ନିର୍ଦିଷ୍ଟ ଯୁବକଯୁବତୀଙ୍କୁ ୧୫୦୦ ଟଙ୍କାର ରେଇମ୍ବର୍ସମେଣ୍ଟ୍ ମଧ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସରକାର ଡିଗ୍ରି ପାଠ୍ୟକ୍ରମରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କୁ ସାମିଲ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଣ ବୈଷୟିକ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସମ୍ପର୍କିତ ଜ୍ଞାନ ସହିତ କାମ କରିବା ପାଇଁ ଦକ୍ଷତା ପ୍ରଦାନ କରିବା।