ବିନା ଗ୍ୟାରେଣ୍ଟିରେ ମିଳିବ ୫ ଲକ୍ଷ ଟଙ୍କାର ଋଣ । ଡିଜିଟାଲ ପ୍ଲାଟଫର୍ମରେ ଋଣ ଦେବ ପେମେଣ୍ଟ ଆପ୍ ପେଟିଏମ୍ । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

5,613

କନକ ବ୍ୟୁରୋ : ଏବେ ଋଣ କରିବା ହେଲା ଆହୁରି ସହଜ । ଆଉ ବ୍ୟାଙ୍କ ଆଗରେ ଋଣ ପାଇଁ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବନି ଗ୍ରାହକ ମାନଙ୍କୁ । ଋଣ ଦେବାକୁ ବ୍ୟାଙ୍କ ଆଉ ମାଗି ପାରିବ ନାହିଁ ଗ୍ୟାରେଣ୍ଟର କି ଗ୍ୟାରେଣ୍ଟି । ଏବେ ବିନା ଗ୍ୟାରେଣ୍ଟର ଓ ବିନା ଗ୍ୟାରେଣ୍ଟିରେ ଆପଣଙ୍କୁ ମିଳିଯିବ ୫ ଲକ୍ଷ ଟଙ୍କା ଯାଏ ଋଣ । ଏଭଳି ଋଣ ଦେବ ଅନଲାଇନ ପେମେଣ୍ଟ ଆପ୍ ପେଟିଏମ୍ । କେନ୍ଦ୍ରସରକାରଙ୍କ ଏମଏସଏମଇ ଯୋଜନାରେ ଗତବର୍ଷ ଏଭଳି ୫ ଶହ ୫୦ କୋଟି ଟଙ୍କାର ଋଣ ଦେଇଥିଲା ଏହି ଆପ୍ । କିନ୍ତୁ ଚଳିତ ବର୍ଷ ଏହି ପରିମାଣକୁ ବଢାଇ ଏହି ଆପ୍ ୧ ହଜାର କୋଟି ଟଙ୍କାର ଋଣ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଆପ୍ ମାଧ୍ୟମରେ ଜଣେ ଗ୍ରାହକ ସର୍ବାଧିକ ୫ ଲକ୍ଷ ଟଙ୍କା ଯାଏଁ ଏହି ଆପ୍ ରୁ ଋଣ ନେଇ ପାରିବ । ଯାହାକି ପୁଣି ସ୍ୱଳ୍ପ ସୁଧରେ । କମ୍ପାନୀ ତରଫରୁ କୁହାଯାଇଛି କି ଛୋଟ ଛୋଟ ବ୍ୟାବସାୟୀଙ୍କୁ ସହାୟତା କରିବା ପାଇଁ ବା ସେମାନଙ୍କର ବ୍ୟାପାର ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଯେଉଁ ଲୋକ ମାନଙ୍କୁ ପାରମ୍ପାରିକ ବ୍ୟାଙ୍କ ମାନେ ଋଣ ଦେଉନାହାନ୍ତି ସେମାନଙ୍କୁ ପେଟିଏମ୍ କମ୍ପାନୀ ଋଣ ପ୍ରଦାନ କରିବ ।

ଭାରତରେ ପେମେଣ୍ଟ ଆପ୍ ଭାବେ ପେଟିଏମ୍ ଭଳି ଆହୁରି ଅନେକ ଆପ୍ ରହିଛି । ଯେମିତିକି ଗୁଗୁଲ ପେ, ଫୋନ ପେ, ଭଳି ଆପ୍ । ପେଟିଏମ୍ ର ଏଭଳି ବ୍ୟବସ୍ଥା ଦେଖି ଏବେ ମାର୍କେଟ୍ ରେ ଗୁଗୁଲ୍ ପେ ଓ ଫୋନ ପେ କମ୍ପାନୀ ବି ଏଭଳି ସୁବିଧାରେ ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏମାନେ କିଛି ପଞ୍ଜିକୃତ ବ୍ୟାଙ୍କ ଓ ଏନବିଏଫସି ସହିତ ମିଶି ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରୁଛନ୍ତି । ପେଟିଏମ୍ ଲ୍ୟାଣ୍ଡିଂର ସିଇଓ ଭାବେଶ ଗୂୁପ୍ତା କହିଛନ୍ତି କି ଏହି ଋଣ ପ୍ରଦାନ ବେଳେ କମ୍ପାନୀ ବିନା କିଛି ଗ୍ୟାରେଣ୍ଟି ବା କିଛି ବି ବନ୍ଧକ ରଖେ ନାହିଁ । ଏହାସହ ବହୁ କମ୍ ସୁଧରେ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଏହି ଋଣ ପ୍ରଦାନ କରାଯାଇଥାଏ । ଏହି ଋଣ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ କମ୍ପାନୀର ମ୍ୟାନେଜମେଣ୍ଟ ନିଷ୍ପତ୍ତି କରିଥାଏ କି କିଏ ଋଣ ପାଇବାର ଯୋଗ୍ୟ ଓ କିଏ ଅଯୋଗ୍ୟ । ଯୋଗ୍ୟ ବିବେଚିତ ହେବା ପାଇଁ ମ୍ୟାନେଜମେଣ୍ଟ ଆପଣଙ୍କ ଦୈନିକ କାରବାରକୁ ଆଧାର କରିଥାଏ । ୨୦୧୯-୨୦ ଆର୍ଥିକ ବର୍ଷରେ କମ୍ପାନୀ ୧ ଲକ୍ଷରୁ ଅଧିକ ଛୋଟ ବ୍ୟବସାୟୀଙ୍କୁ ୫୫୦ କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କରିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହି ଋଣ ପାଇଁ ଆବେଦନ ଠାରୁ ଋଣ ପାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ ହୋଇଥାଏ । ଏଥିପାଇଁ କିଛି ଅତିରିକ୍ତ ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ ।