କନକ ବ୍ୟୁରୋ: ବ୍ରହ୍ମପୁରରେ ବଡ ଧରଣ ଲୁଟ୍ । ଗାଡି ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୃର୍ବୃତ୍ତ । ଡିକି ଭାଙ୍ଗି ଚୋରି କରୁଥିବାର ଲାଇଭ ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି ।

ବ୍ରହ୍ମପୁର ସହରର ଜୟପ୍ରକାଶ ନଗର ଛକରୁ ଟଙ୍କା ଲୁଟ୍ କରି ଖସିଗଲେ ଦୁର୍ବୃତ । ଲୁଟର ଶିକାର ହୋଇଛନ୍ତି ସହର ଉପକଣ୍ଠ ସୁନାଦେଇ ଗାଁର କୃଷ୍ଣ ମହାରଣା । ସୂଚନା ଅନୁସାରେ ଆକ୍ସିସ ବ୍ୟାଙ୍କର ୫ଲ କ୍ଷ ୬୦ ହଜାର ଟଙ୍କା ଉଠାଇ ବାହାରକୁ ଆସି ବାଇକ ଡିକିରେ ରଖିଥିଲେ । ଏହାପରେ କୌଣସି କାମରେ ପାଖ ଦୋକାନକୁ ଯାଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ ବାଇକ ପାଖକୁ ଆସି ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଆଉ ଡିକି ଭାଙ୍ଗି ଚୋରି କରୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଳ୍ପ ସମୟ ପରେ କୃଷ୍ଣ ଗାଡି ପାଖକୁ ଆସିବା ପରେ ଦେଖିଲେ ଡିକି ଭାଙ୍ଗି କେହି ଟଙ୍କା ନେଇ ଯାଇଛି ।

ଏନେଇ ସେ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭ ଫୁଟେଜ ଜବତ କରି ଅଭିଯୁକ୍ତକୁ ଚିହ୍ନଟ ପାଇଁ ଉଦ୍ୟମ କରୁଛି ବୈଦ୍ୟନାଥପୁର ଥାନା ପୋଲିସ ।