ରାୟଗଡା ଦୁର୍ଗୀ ଅଂଚଳରେ ଅଘଟଣ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

48

କନକ ବ୍ୟୁରୋ: ରାୟଗଡାରେ ଅଘଟଣ । ବିଷମକଟକ ବ୍ଲକ ଦୁର୍ଗୀ ଅଂଚଳରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଜଣେ ଗୁରୁତର ଥିବା ଜଣାପଡିଛି । ଦୁର୍ଗୀ ଗାଁରେ ଏକ ନବନିର୍ମିତ ପାଇଖାନାକୁ ଜଣେ ମହିଳା ଶ୍ରମିକ ଯାଇଥିଲେ ।

ତେବେ ସେ ବାହାରି ନପାରିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ବୈରାଗି ଉଲାକା ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ । ଉଭୟ ନ ବାହାରି ପାରିବା ଯୋଗୁଁ ପୁଣି ଥରେ ଜଣେ ମିସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନଫେରିବାରୁ ୩ଜଣ ଯୁବକ ଟାଙ୍କି ଭିତରକୁ ଯାଇଥିଲେ ।

ତେବେ ସେଠାରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଲିଯାଇଛି ।