ଘୋଡାରେ ବସି ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରି ଥାଆନ୍ତି। କିନ୍ତୁ ଘୋଡା ଉପରେ ବସିବା ସହଜ ହୋଇ ନଥାଏ। ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ଘୋଡା ବସି ଯାଉଥିବା ଲୋକମାନେ ପଡ଼ି ଯାଇଥାଆନ୍ତି। ଘୋଡା ସବାରୀ ଆଜି ନୁହେଁ କାହିଁ କେଉଁ କାଳରୁ ଚାଲି ଆସିଛି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ କାନ୍ଧରେ ଘୋଡା ନେଇ ଗୋଟିଏ କିମ୍ବା ଦୁଇ କିମି ନୁହେଁ ବରଂ ୫କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇଛନ୍ତି। ଏହି ଭିଡିଓ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

publive-image

Kevin W ନାମକ ଜଣେ ବ୍ୟକ୍ତି ଟୁଇଟରରେ ଏହି ଭିଡିଓ ସେୟାର କରିଛନ୍ତିି। ଯେଉଁଥିରେ ସେ ଏକ ଘୋଡାକୁ କାନ୍ଧରେ ଉଠାଇ ଚାଲୁଥିବା ଦେଖିବାକୁ ମିଳିଛି। ସାଧାରଣତଃ ଘୋଡାର ଓଜନ ପାଖାପାଖି ୪୦୦କିଲୋରୁ ୫୦୦କିଲୋ ପର୍ଯ୍ୟନ୍ତ ହୋଇଥାଏ। ଏହି ବ୍ୟକ୍ତି ଘୋଡାର ଜୀବନ ବଞ୍ଚାଇବା ପାଇଁ ନିଜ କାନ୍ଧରେ ବୋହି ୫କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଦମିତ୍ରୋ ଖାଲାଜି ବୋଲି ଜଣାପଡ଼ିଛି। ଏହି ଭିଡିଓକୁ ସେୟାର କରି Kevin W ଲେଖିଛି କି, ଏହି ଘୋଡାକୁ ସାପ ଦଂଶନ କରିଥିଲା। ଏହାପରେ ଘୋଡାକୁ କାନ୍ଧରେ ଦମିତ୍ରୋ ଖାଲାଜି ବୋହି ନେଇ ୫କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇଛନ୍ତି। ଘୋଡା ଟି ଏବେ ସୁସ୍ଥ ଅଛି।

ଦମିତ୍ରୋ ଖାଲାଜି ୟୁକ୍ରେନ୍ର ଜଣେ ଜଣାଶୁଣା େଓ୍ଵଟଲିପ୍ଟର। ଏତଦ୍ ବ୍ୟତୀତ ତାଙ୍କ ନାମରେ ଅନେକ ରେକର୍ଡ ବି ରହିଛି। ସୋସିଆଲ ମିଡିଆରେ ଦମିତ୍ରୋ ଖାଲାଜିଙ୍କ ଏହି ଭିଡିଓକୁ ହଜାରରୁ ଊର୍ଧ୍ୱ ସଂଖ୍ୟାରେ ସେୟାର ଓ ଲକ୍ଷାଧିକ ସଂଖ୍ୟାରେ ଲୋକେ ଦେଖା ସାରିଲେଣି। ଯଦି ଆପଣ ଗୁଗଲରେ man lifted horse on shoulder ନାମ ସର୍ଚ୍ଚ କରିବେ ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଦେଖିବାକୁ ମିଳିବ। ଏବଂ ଜାଣି ପାରିବେ କି ଦମିତ୍ରୋ ଖାଲଜି କିଏ?