ବେହାଲ ମହାରାଷ୍ଟ୍ର : ୬ ଜିଲ୍ଲାରେ ମୂଷଳ ବର୍ଷା; ରାୟଗଡରେ ୫ ମୃତ, ୩୦ ନିଖୋଜ

86

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୪୦ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା । ଲଗାଣ ବର୍ଷା ହେବା ଫଳରେ ମହାରାଷ୍ଟ୍ରରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ୬ ଜିଲ୍ଲାରେ ଗତ ୩ ଦିନ ହେବ ଲଗାଣ ବର୍ଷା ଲାଗିରହିଛି । ଫଳରେ ରାୟଗଡ ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାଜ୍ୟର ଅଧିକାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।

ଏଠିକାର ଅନେକ ଅଂଚଳ ପାଣି ଘେରରେ ଥିବାବେଳେ ଯୋଗାଯୋଗ ବ୍ୟାହତ ହୋଇଛି । ରାଜଧାନୀ ମୁମ୍ବାଇ ବ୍ୟତୀତ ସାଙ୍ଗଲି, ଅମରାବତୀ, ନାଗପୁର, କୋହ୍ଲାପୁର ସମେତ ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉକ୍ରଟ ହୋଇଛି । ଏଠାରେ ଲୋକଙ୍କୁ ସ୍ଥାନାନ୍ତର କରିବାରେ ବାୟୁ ସେନା ଓ ଓଡ୍ରାଫ୍ ଟିମ୍ ନିୟାଜିତ ହୋଇଛି । ବନ୍ୟାରେ ପାଖାପାଖି ୩୦ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।