କନକ ବ୍ୟୁରୋ: ଉତ୍ତର ଆମେରିକାର କ୍ୟାରୋଲିନାରେ ଆତଙ୍କ । ନାବାଳକର ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଇଲାକାକୁ ସିଲ କରି ଯାଞ୍ଚ ଚଳାଇଛି ପୋଲିସ । ଆକ୍ରମଣକାରୀର ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି ।
ପୋଲିସର ସୂଚନା ମୁତାବକ, ନାବାଳକ ଆକ୍ରମଣକାରୀ ସେନା ବର୍ଦ୍ଦି ପିନ୍ଧି ଜନଗହଳି ମଧ୍ୟକୁ ପ୍ରବେଶ କରିଥିଲା । ହାତରେ ତା’ର ଏକ ଲମ୍ବା ବନ୍ଧକ ଥିଲା । କେହି କିଛି ବିଝିବା ଆଗରୁ ଆଖି ବୁଜା ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ପୋଲିସ ଅଧିକାରୀଙ୍କ ସହ ୫ ନାଗରିକ । ଏକାଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/4-15.jpg)